Latest Odisha News

BREAKING NEWS

ସମ୍ବଲପୁର ଲୋକସଭା ଆସନ: ପୂର୍ବତନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷିତ

ଭୁବନେଶ୍ୱର: କଂଗ୍ରେସ କେନ୍ଦ୍ରୀୟ କମିଟି ବୁଧବାର ଦିନ ଓଡ଼ିଶାର ଗୋଟିଏ ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ପୂର୍ବତନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ । ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ, ତେବେ ୨୦୦୪ ନିର୍ବାଚନ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଓପିସିସିର ସଭାପତି ଆସନ ତାଙ୍କଠାରୁ ଗ୍ରହଣ କରିଥିଲେ ।

ସମ୍ବଲପୁର ଲୋକସଭା ପ୍ରାର୍ଥୀ – ଶରତ ପଟ୍ଟନାୟକ

କଂଗ୍ରେସ ପକ୍ଷରୁ ଘୋଷିତ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା
୧ – ସମ୍ବଲପୁର – ଅଶ୍ୱିନୀ ପୁଜାହାରୀ
୨ – ନିରଞ୍ଜନ ପଟ୍ଟନାୟକ – ଘସିପୁରା
୩ – ଜଗଦୀଶ ମହାନ୍ତି – କଟକ-ଚୌଦ୍ୱାର
୪ – ଅଭିଷେକ ମହାନନ୍ଦ – କଟକ – ସଦର
୫ – ସୁକାନ୍ତ ତିଆଡ଼ି ଭୋଇ – ଜୟଦେବ
୬ – ରାଜୀବ ପଟ୍ଟନାୟକ – ଭୁବନେଶ୍ୱର ମଧ୍ୟ
୭ – ଇତିଶ୍ ପ୍ରଧାନ – ଭୁବନେଶ୍ୱର ଉତ୍ତର
୮ – ପ୍ରଦୀପ ସାହୁ – ବେଗୁନିଆ
୯ – ପ୍ରଦୀପ ସ୍ୱାଇଁ – ଚିଲିକା

Leave A Reply

Your email address will not be published.