Latest Odisha News

BREAKING NEWS

କଳଙ୍କ ଟ୍ରେଲର ରିଲିଜ ପରେ ଏମିତି କହିଲେ ଆଲିଆ

ଭୁବନେଶ୍ୱର : ବଲିଉଡ ଅଭିନେତା ବରୁଣ ଧାବନ ଏବଂ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ କଳଙ୍କର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହୋଇଛି ।

ଏନେଇ ଆଲିଆ ଟ୍ୱିଟ୍ କରିଛନ୍ତି ।

ନିକଟରେ ଫିଲ୍ମର କିଛି ଗୀତର ଟିଜର ସାମ୍ନାକୁ ଆସିଥିଲାବେଳେ ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।

ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ବରୁଣ ଧାବନଙ୍କ ପ୍ରେମ ମଝିରେ ସାମାଜିକ ପ୍ରଥା ଏବଂ ବିଭିନ୍ନ ପ୍ରକାରର ଅଙ୍କୁଶ ଦେଖିବାକୁ ମିଳିଛି ।

୨ମିନିଟ ୧୨ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ସହ ଲଭ୍, ଇମୋଶନ, ଡ୍ରାମା ଓ ଆକ୍ସନ ଭରପୂର ରହିଥିବା ବେଳେ ଏପ୍ରିଲ ୧୭ ତାରିଖରେ ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି ।

ଫିଲ୍ମରେ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ସହ ତାଙ୍କର ପ୍ରଥମ ପତ୍ନୀ ଭୂମିକାରେ ସୋନାକ୍ଷୀ ସିହ୍ନା ନଜର ଆସୁଛନ୍ତି । ‘କଳଙ୍କ’ରେ ଆଲିଆ ବରୁଣଙ୍କ ବ୍ୟତିତ ଧକଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଓ ସଞ୍ଜୟ ଦତ୍ତ ଦମଦାର ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ମାଣ କରଣ ଜୋହାର ଏବଂ ସାଜିଦ ନାଡିୟାବାଲା କରିଛନ୍ତି ।

Leave A Reply

Your email address will not be published.