Latest Odisha News

BREAKING NEWS

ଜାଣନ୍ତୁ କେଉଁ କାରର ଅପେକ୍ଷା ଅବଧି ସର୍ବାଧିକ

କରୋନା ପରଠାରୁ ଗତ ଏକ ବର୍ଷ ମଧ୍ୟରେ କାର ନିର୍ମାତା କମ୍ପାନୀଗୁଡିକରେ ଯାନବାହନ ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଉଛି। କମ୍ପାନୀଗୁଡିକ ମଧ୍ୟ ନୂତନ ମଡେଲ ଲଞ୍ଚ କରୁଛନ୍ତି। ତେଣୁ ଗ୍ରାହକ କ୍ରମାଗତ କିଣୁଛନ୍ତି। ତେବେ କାରରେ ସେମିକଣ୍ଡକ୍ଟର ଚିପର ଅଧିକ ଚାହିଦା ହେତୁ ଅନେକ କାରର ଏବେ ୱେଟିଂ ପିରିୟଡ଼ ବା ଅପେକ୍ଷା ଅବଧି ରହିଛି। ଅର୍ଥାତ୍ ଆପଣ କାର କିଣିବାକୁ ଗଲେ ତୁରନ୍ତ କିଣିପାରିବେ ନାହିଁ। ଆପଣ ବୁକ୍ କରିବାର ଦୀର୍ଘ ଦିନ ପରେ ଆପଣଙ୍କୁ କାର୍ ମିଳିବ। କିଛି ଗାଡ଼ି ଏପରି ମଧ୍ୟ ରହିଛି ଯାହାକୁ ବର୍ତ୍ତମାନ ବୁକ୍ କଲେ ଦୁଇ ବର୍ଷ ପରେ ଡେଲିଭିରି ପାଇବେ। ଏଠାରେ ଆମେ ଆପଣଙ୍କୁ ଏପରି ପାଞ୍ଚଟି କାର୍ ବିଷୟରେ କହୁବୁ, ଯାହାର ସର୍ବାଧିକ ୱେଟିଂ ପିରିୟଡ଼ ରହିଛି।

ମହିନ୍ଦ୍ରା ସ୍କର୍ପିଓ ଏନ୍ (Mahindra Scorpio N)

ନିକଟରେ ଲଞ୍ଚ ହୋଇଥିବା ମହିନ୍ଦ୍ରା ସ୍କର୍ପିଓ-ଏନ ଏସୟୁଭି ଦେଶର ସବୁଠୁ ଅଧିକ ୱେଟିଂ ପିରିୟଡ଼ ଯାନ ହୋଇରହିଛି। ଏହା ନିଜସ୍ୱ କମ୍ପାନୀର ମହିନ୍ଦ୍ରା XUV700 କୁ ପଛରେ ପକାଇଛି। ଏହି ଗାଡିର ୧୦୦ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା ସମୟ ଅଛି। ଏହି ଗାଡ଼ିର Z4, Z6, ଏବଂ Z8 ଭ୍ୟାରିଏଣ୍ଟ ସର୍ବାଧିକ ଚାହିଦା ରହିଛି।

କିଆ କରେନ୍ସ (Kia Carens)

କିଆର ଏହି MPV କାର ଦ୍ୱିତୀୟରେ ଅଛି। ଏହା ମଧ୍ୟ ଦୀର୍ଘ ୱେଟିଂ ପିରିୟଡ଼ ଥିବା ଗାଡ଼ି ହୋଇରହିଛି। ୧.୫ ଲିଟର ପେଟ୍ରୋଲ MT ଭ୍ୟାରିଆଣ୍ଟର ୭୫ ସପ୍ତାହ ୱୋଟିଂ ପିରିୟଡ଼ ରହିଛି। କାରର ମୂଲ୍ୟ ୯.୬୦ ଲକ୍ଷରୁ ଆରମ୍ଭ ହୋଇ ୧୭.୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ମହିନ୍ଦ୍ରା ଏକ୍ସୟୁଭି700 ( Mahindra XUV700)

ପୂର୍ବରୁ ଏହି କାରର ଅପେକ୍ଷା ଅବଧି ଦୁଇ ବର୍ଷ ଥିଲା, ଯାହା ବର୍ତ୍ତମାନ ୭୨ ସପ୍ତାହକୁ ଆସିଛି। ଏହି ଯାନର ଟପ୍ ଏଣ୍ଡ୍ AX7 Luxury Line ଭ୍ୟାରିଏଣ୍ଟର ସର୍ବାଧିକ ଚାହିଦା ରହିଛି।

କିଆ ସୋନେଟ୍ (Kia Sonet)

ତାଲିକାରେ କିଆର ଦ୍ୱିତୀୟ ଗାଡ଼ି ହେଉଛି ସୋନେଟ୍। ଏହି ଗାଡିରେ ବର୍ତ୍ତମାନ ୪୧ ସପ୍ତାହ ଅପେକ୍ଷା ଅବଧି ରହିଛି। HTX 1.0 ଲିଟର ଟର୍ବୋ ପେଟ୍ରୋଲ ଡିସିଟି ଭ୍ୟାରିଏଣ୍ଟ ପାଇଁ ସର୍ବାଧିକ ଚାହିଦା ରହିଛି। ଅନ୍ୟ ମଡେଲଗୁଡିକରେ ଟିକେ କମ୍ ୱେଟିଂ ପିରିୟଡ଼ ରହିଛି।

ମାରୁତି ସୁଜୁକି ଆର୍ଟିଗା (Maruti Suzuki Ertiga)

ଏହା ମାରୁତିର ୭ ସିଟ୍ ବିଶିଷ୍ଟ MPV କାର ଅଟେ। ଏହା ପେଟ୍ରୋଲ ସହିତ ସିଏନଜି ସଂସ୍କରଣରେ ମଧ୍ୟ ଆସିଥାଏ। ମାରୁତି ଆର୍ଟିଗାର ୩୬-୪୦ସପ୍ତାହ ୱେଟିଂ ପିରିୟଡ଼ ରହିଛି। ଏହି ଗାଡ଼ିର ମୂଲ୍ୟ ୮.୪୧ ଲକ୍ଷରୁ ୧୨.୭୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

Leave A Reply

Your email address will not be published.