Latest Odisha News

BREAKING NEWS

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ଵର: ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିବା ବେଳେ ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ବର ମଧ୍ୟରୁ ପ୍ରକାଶ ଜେନା, ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସଙ୍କୁ ଟିକେଟ ଦେଇଛି କଂଗ୍ରେସ ।

ପୂର୍ବରୁ କଂଗ୍ରେସ ୧୨୨ ଆସନରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ଏବେ ମୋଟ ୧୨୬ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତେବେ ଆଉ ୧୯ଟି ଆସନର ପାର୍ଥୀ ଘୋଷଣା କରିବାକୁ ବାକି ରଖିଛି କଂଗ୍ରେସ ।

ସୂଚନାଯୋଗ୍ୟ ଯେ, ଦେଶର ୧୮ ତମ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଆଜିଠାରୁ ଆରମ୍ଭ ହେବ। ଏପ୍ରିଲ୍ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ରେ ମୋଟ ୬ଟି ପର୍ଯ୍ୟାୟରେ ମତଦାନ କରାଯିବ । ଜୁନ୍ ୪, ୨୦୨୪ରେ ଭୋଟ୍ ଗଣନା କରାଯିବ।

Leave A Reply

Your email address will not be published.