Latest Odisha News

BREAKING NEWS

ଆଡବାଣୀଙ୍କ ପ୍ରଶଂସାଛ: ଥରୁରଙ୍କ ବକ୍ତବ୍ୟରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ, ବିଜେପି କଲା ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅଛନ୍ତି। ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରାଜନୈତିକ ପରମ୍ପରା ଉପରେ ଶଶି ଥରୁରଙ୍କ ସାମ୍ପ୍ରତିକ ବୟାନ କଂଗ୍ରେସ ଭିତରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଗୋଟେ ପଟେ ତାଙ୍କର ନିଜ ପାର୍ଟି ଏହି ମାମଲାରେ ତାଙ୍କ ଠାରୁ ଦୂରେଇ ଯାଇଥିବା ବେଳେ ବିଜେପି ତାଙ୍କୁ ସମର୍ଥନ କରିଛି ଏବଂ ମୁଖ୍ୟ ବିରୋଧୀ ଦଳ ଉପରେ ଆକ୍ରମଣ କରିଛି।

ଥରୁରଙ୍କ ବୟାନକୁ ସମାଲୋଚନା କରି କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି ଯେ ଦଳ ତାଙ୍କ ମତାମତରୁ ସମ୍ପୂର୍ଣ୍ଣ ଦୂରେଇ ରହିଛି। ଖେଡାଙ୍କ ପ୍ରତିକ୍ରିୟା ସୂଚାଇ ଦେଇଛି ଯେ ଥରୁରଙ୍କ ବ୍ୟକ୍ତିଗତ ମତାମତକୁ କଂଗ୍ରେସ ଦଳର ଅଧିକାରିକ ବିବୃତ୍ତି ଭାବରେ ବିବେଚନା କରାଯିବ ନାହିଁ। ଅନ୍ୟପଟେ ବିଜେପି ପକ୍ଷରୁ କଂଗ୍ରେସକୁ କଟାକ୍ଷ କରି କୁହାଯାଇଛି ଯେ, କଂଗ୍ରେସ ତାର ନାଁ ବଦଳାଇ ‘ଇନ୍ଦିରା ନାଜି କଂଗ୍ରେସ’ କରି ନେବା ଉଚିତ୍‌, କାରଣ ଜରୁରୀକାଳୀନ ମାନସିକତା ଓ ନାଜି ବ୍ୟବହାର ହିଁ ତାଙ୍କର ପ୍ରକୃତ ଷ୍ଟାଇଲ୍‌।

ଉଲ୍ଲେଖନୀୟ ଯେ, ଖେଡା ଥରୁରଙ୍କ ବିବୃତ୍ତିରୁ କଂଗ୍ରେସ୍ ପାର୍ଟିକୁ ଦୂରେଇ ରଖି କହିଥିଲେ, ସର୍ବଦା ଥରୁର ନିଜର ବ୍ୟକ୍ତିଗତ ଭାବେ କହୁଛନ୍ତି, କେବଳ ଏତିକି ନୁହେଁ , ସେ ଥରୁରଙ୍କ ଏହି ବିବୃତ୍ତିକୁ କଂଗ୍ରେସର ଗଣତାନ୍ତ୍ରିକ ଭାବନା ଦର୍ଶାଇ କହିଛନ୍ତି ଯେ, ଜଣେ କଂଗ୍ରେସ ସାଂସଦ ଓ ସିଡବ୍ଲ୍ୟୁସି ସଦସ୍ୟ ଭାବେ କାମ କରି ମଧ୍ୟ ଥରୁର ଏମିତି ବିବୃତ୍ତି ଦେଉଛନ୍ତି, ଯାହାକି କଂଗ୍ରେସର ବିଶିଷ୍ଟ ଗଣତାନ୍ତ୍ରିକ ଓ ଉଦାରବାଦୀ ଭାବନାକୁ ଦର୍ଶାଉଛି।

କଂଗ୍ରେସ ପକ୍ଷରୁ ଶଶି ଥରୁରଙ୍କ ବିବୃତ୍ତିରେ ଜାରି କରାଯାଇ ଥିବା ଏହି ପ୍ରତିକ୍ରିୟାରେ ନିଜର କଥାକୁ ଆଗକୁ ବଢାଇ ପୁନାୱାଲା ମୁଖ୍ୟ ବିରୋଧୀ ଦଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଆମେ ସବୁ ସାର୍ବଜନିନ ଜୀବନରେ ସୌଜନ୍ୟତା ଜାରି ରଖିଥାଉ। କିନ୍ତୁ ଏହି ଶିଷ୍ଟାଚାର ପାଇଁ କଂଗ୍ରେସ ପାର୍ଟି ତାଙ୍କ (ଥରୁର) ବିରୋଧରେ ଫତୱା ଜାରି କରି ଦେଇଛି। ଏହା କଂଗ୍ରେସର ଅସହିଷ୍ଣୁତା ଭାବନାକୁ ଦର୍ଶାଉଛି। ସେମାନଙ୍କ ପାଇଁ କେହି ବି ପ୍ରତିନ୍ଦ୍ୱନ୍ଦୀ ଶତ୍ରୁ ଭଳି।

ସୂଚନା ଥାଉକି ଥରୁର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଆଡଭାନୀଙ୍କ ଦୀର୍ଘ ସାର୍ବଜନୀନ ଜୀବନକୁ ଗୋଟିଏ ଘଟଣାରେ ସୀମିତ ରଖିବା ଅନୁଚିତ। ସେ କହିଛନ୍ତି, “ତାଙ୍କ ଦୀର୍ଘ ସେବାକୁ ଗୋଟିଏ ଘଟଣାରେ ସୀମିତ ରଖିବା ଭୁଲ। ଯେପରି ନେହେରୁଜୀଙ୍କ କ୍ୟାରିଅର କେବଳ ଚୀନ୍ ଯୁଦ୍ଧରେ ପରାଜୟ ଦ୍ୱାରା ପରିଭାଷିତ ହୋଇନଥିଲା, କିମ୍ବା ଇନ୍ଦିରା ଗାନ୍ଧୀଙ୍କ କ୍ୟାରିଅର କେବଳ ଜରୁରୀକାଳୀନ ପରିସ୍ଥିତି ଦ୍ୱାରା ପରିଭାଷିତ ହୋଇନଥିଲା, ସେହିପରି ଆଡଭାନୀ ଜିଙ୍କୁ ମଧ୍ୟ ନ୍ୟାୟ ମିଳିବା ଉଚିତ।”

 

Comments are closed.