Latest Odisha News

BREAKING NEWS

ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ନୂଆଦିଲ୍ଲୀ: ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ନୋଟିସ ଦାବି କରିଛି । ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଛି। ଏଥିରେ ଜୋରିମାନା ସହ ସୁଧ ଅନ୍ତର୍ଭୁକ୍ତ । ଗୁରୁବାର ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ବର୍ଷ ପର୍ଯ୍ୟନ୍ତ ଟିକସ ପୁନଃ ମୂଲ୍ୟାଙ୍କନ ଆରମ୍ଭ କରିବାକୁ ଚ୍ୟାଲେଞ୍ଜ କରି କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

କଂଗ୍ରେସ ରାଜ୍ୟସଭା ସାଂସଦ ବିବେକ ଟଙ୍ଖା କହିଛନ୍ତି ଯେ, ସେ ଏହି ନୋଟିସ ପାଇଛନ୍ତି କିନ୍ତୁ ସେ ସମ୍ପର୍କିତ କିଛି ଦଲିଲ ଗ୍ରହଣ କରିନାହାଁନ୍ତି । ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର କିଛି ଘଣ୍ଟା ପରେ ଏହି ଅଗ୍ରଗତି ହୋଇଛି । ଦିଲ୍ଲୀ ହାଇକୋର୍ଟ ମଧ୍ୟ କଂଗ୍ରେସକୁ ଆଶ୍ବସ୍ତି ଦେବାକୁ ମନା କରି ଦେଇଛନ୍ତି । ଏହା ପରେ ଏହି ବିଜ୍ଞପ୍ତି ପଠାଯାଇଥିଲା ।

୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ ଟିକସ ସଂଗ୍ରହ ପାଇଁ ବିଜ୍ଞପ୍ତି ପଠାଇବାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ କଂଗ୍ରେସ ଏକ ଆବେଦନ କରିଥିଲା । ଜଷ୍ଟିସ୍ ଯଶୱନ୍ତ ବର୍ମା ଏବଂ ପୁରୁଷୋତ୍ତମ କୁମାର କୌରବଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅନ୍ୟ ଏକ ବର୍ଷ ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା କରିବାର ସହିତ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହି ଆବେଦନକୁ ଖାରଜ କରିଛନ୍ତି ।

Leave A Reply

Your email address will not be published.