Latest Odisha News

BREAKING NEWS

ବିଧାନସଭା ନିର୍ବାଚନ: କିଏ ହେବେ ମୁଖ୍ୟମନ୍ତ୍ରୀ, ଦ୍ୱନ୍ଦ୍ୱରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମିଫାଇନାଲରେ ବିଜେପିକୁ ହରାଇ ରାହୁଲଙ୍କ କଂଗ୍ରେସ ଫାଇନାଲରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡୁଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନୀ ବୈତରଣୀରେ କଂଗ୍ରେସ ବାଜିମାତ କରିବା ପରେ ବୁଧବାରଠାରୁ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ସବୁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ଦ୍ୱନ୍ଦ୍ୱରେ ଦଳ ହାଇକମାଣ୍ଡ ।

ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ କାହା ଭାଗରେ ପଡିବ ସେନେଇ ଦଳୀୟ କର୍ମୀଙ୍କ ଭିତରେ ମାହୋଲ ସରଗରମ ସହ ଜୋରଦାର ମାନସମନ୍ଥନ ଜାରି ରହିଛି ।

ମଧ୍ୟପ୍ରଦେଶରେ ବର୍ତ୍ତମାନ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲ ନାଥ ମୁଖ୍ୟମନ୍ତ୍ରୀ ରେସରେ ରହିଥିବାବେଳେ ରାଜସ୍ଥାନରେ ସଚିନ୍ ପାଇଲଟ୍ ଏବଂ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି।

ମଧ୍ୟପ୍ରଦେଶରେ ବରିଷ୍ଠ ନେତାମାନେ କମଲନାଥଙ୍କ ସପକ୍ଷରେ ବାହାରୁଥିବା ବେଳେ ଯୁବଗୋଷ୍ଠୀମାନେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସପକ୍ଷରେ ରହିଛନ୍ତି ।

ସେହିପରି ଛତିଶଗଡ଼ରେ ଭୂପେଶ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଭଳି ବରିଷ୍ଠ ନେତା ଏହି ପଦ ପାଇଁ ଦାବିଦାର ରହିଥିବାରୁ କଂଗ୍ରେସ ପାଇଁ ଏକପ୍ରକାର ଜଟିଳ ସ୍ଥିତି ସୃଷ୍ଟି କରୁଥିବା ନେଇ ସୂଚନା ମିଳିଛି ।

ଏହି ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ମଧ୍ୟରୁ ଯାହାକୁ ବି କଂଗ୍ରେସ ମୁଖ୍ୟମନ୍ତ୍ରୀ ରୂପେ ଚୂଡାନ୍ତ କରିବ, ଅନ୍ୟ ଗୋଷ୍ଠୀମାନେ ବିରୋଧ ପ୍ରକାଶ କରିବା ନେଇ ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ଏହି ୩ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଯେକୌଣସି ୩ ଜଣ ବରିଷ୍ଠ ନେତା ଶପଥ ଗ୍ରହଣ କରିବା ପରେ ଆଗାମୀ ଲୋକସଭା ନିର୍ବାଚନ କ୍ୟାମ୍ପେନିଂଗ ପାଇଁ ଅଣ୍ଟା ଭିଡିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

Leave A Reply

Your email address will not be published.