Latest Odisha News

BREAKING NEWS

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ମଧ୍ୟ ଟୁଇଟ କରିଛନ୍ତି । ମୁଁ କୋଭିଡ-୧୯ରେ ଆକ୍ରାନ୍ତ, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନେବା ସହ ପୃଥକବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି ।

ପଟେଲ ଏବେ ନିକଟରେ ଶେଷ ହୋଇଥିବା ସଂସଦ ଅଧିବେଶନରେ ଯୋଗ ଦେଇଥିଲେ । କଂଗ୍ରେସର ଜୟରାମ ରମେଶ, ମୁକୁଲ ବାଂସନିକ, ପ୍ରିୟଙ୍କା ଚର୍ତୁବେଦୀ ସମେତ ଅନ୍ୟ ବରିଷ୍ଠ ନେତା ତାଙ୍କ ସୁସ୍ଥାବସ୍ଥା କାମନା କରିଛନ୍ତି ।

Leave A Reply

Your email address will not be published.