Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତା ଏନ. ଡ଼ି. ତିୱାରୀଙ୍କ ୯୩ତମ ଜନ୍ମଦିବସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡ଼ି. ତିୱାରୀ ତାଙ୍କ ୯୩ତମ ଜନ୍ମଦିବସରେ ପ୍ରାଣତ୍ୟାଗ କରିଛନ୍ତି ।

ବରିଷ୍ଠ ନେତା ତିୱାରୀ ଗତ ଜୁଲାଇ ମାସରୁ ନୂଆଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାରେ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଆସୁଥିଲେ । ଗୁରୁବାର ଦିନ ୨.୩୦ରେ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ହୋଇଯାଇଛି ।

କଂଗ୍ରେସ ନେତା ଏନ. ଡ଼ି. ତିୱାରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସମେତ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ତିୱାରୀ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଅବସ୍ଥାପିତ ରହିଥିବା ବ୍ୟତୀତ ଅବିଭକ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ୩ଥର ଶାସନଭାର ସମ୍ଭାଳିଥିଲେ । କେନ୍ଦ୍ରରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଅର୍ଥମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନା କରିଛନ୍ତି ।

Leave A Reply

Your email address will not be published.