Latest Odisha News

BREAKING NEWS

ଗୁରୁଦ୍ୱାରରେ ଝାଡୁ ଲଗାଇ ଭୁଲ୍‌ର ପ୍ରାୟଶ୍ଚିତ କରିବେ ଏଆଇସିସିର ମହାସଚିବ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ‘ପଞ୍ଜ ପ୍ୟାରେ’ ବୋଲି କହିବା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ହରିଶ ରାୱତ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାଙ୍କ ଭୁଲର ପ୍ରାୟଶ୍ଚିତ କରିବାକୁ ସେ ଗୁରୁଦ୍ୱାର ଚଟାଣରେ ଝାଡୁ ଲଗାଇବେ।

ମଙ୍ଗଳବାର ଦିନ ଚଣ୍ଡିଗଡ଼ର ପଞ୍ଜାବ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ବୈଠକ ପରେ ପଞ୍ଜାବ କଂଗ୍ରେସ ସଭାପତି ତଥା ତାଙ୍କର ଚାରିଜଣ କାର୍ଯ୍ୟରତ ସଭାପତି ପାଇଁ ରାୱତ ‘ପଞ୍ଜ ପ୍ୟାରେ’ ଶବ୍ଦ ବ୍ୟବହାର କରିଥିଲେ।

ଶିଖ ପରମ୍ପରାରେ ଗୁରୁଙ୍କ ପାଞ୍ଚ ପ୍ରିୟଙ୍କ ପାଇଁ ‘ପଞ୍ଜ ପ୍ୟାରେ’ ବ୍ୟବହୃତ ହୁଏ। ଏହା ଶିଖମାନଙ୍କ ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂ ଏବଂ ତାଙ୍କର ପାଞ୍ଚଜଣ ଅନୁଗାମୀଙ୍କ ସହ ଜଡିତ, ଯେଉଁମାନେ ଖାଲସା ପନ୍ଥ ପ୍ରତିଷ୍ଠା କରିଥିଲେ।

ବୁଧବାର ଦିନ ତାଙ୍କ ଫେସବୁକ ପୃଷ୍ଠାରେ ରାୱତ ତାଙ୍କ ‘ପଞ୍ଜ ପ୍ୟାରେ’ ମନ୍ତବ୍ୟ ପାଇଁ ଭୁଲ୍ ସ୍ୱୀକାର କରିଛନ୍ତି। ରାୱତ ଲେଖିଛନ୍ତି, ବେଳେବେଳେ ସମ୍ମାନ ଦେଖାଇବା ପାଇଁ ତୁମେ ଏପରି ଶବ୍ଦ ବ୍ୟବହାର କର ଯାହା ଆପତ୍ତିଜନକ ହୋଇପାରେ।

ସେ କହିଛନ୍ତି ମୁଁ ଏହି ଭୁଲ କରିଛି, ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି। ସେ କହିଛନ୍ତି ଯେ ତାଙ୍କ ରାଜ୍ୟ ଉତ୍ତରାଖଣ୍ଡରେ ଗୁରୁଦ୍ୱାର ସଫା କରି ସେ ନିଜର ଭୁଲ ପାଇଁ ପ୍ରାୟଶ୍ଚିତ କରିବେ।

Leave A Reply

Your email address will not be published.