Latest Odisha News

BREAKING NEWS

[ଭିଡିଓ] ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଫେଲ୍

ଅନୁଗୁଳ:ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜା କୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନ।କେଦମ ହୋଇଛନ୍ତି । ଶେଷରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଯୁବକକୁ ଉଦ୍ଧାର କରାଯାଇଛି । ଆଜି ସକାଳ ପ୍ରାୟ ୧୦ ଟା ବେଳେ ହଠାତ ଜଣେ ଯୁବକ ତିନି ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଯାହାକୁ ନେଇ ସମସ୍ତେ ଆଚମ୍ବିତ ହେବା ସହ ତୁରନ୍ତ ଚିକିତ୍ସାଳୟ କର୍ତୁପକ୍ଷ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ । ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିଲା ଏହି ରେସ୍କ୍ୟୁ ଅପରେସନ । ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକ ଙ୍କୁ ବୁଝା ସୁଝା ଉଦ୍ୟମ କରିଥିଲେ । ଶେଷରେ ଏକ ରସି ସାହାଯ୍ୟରେ ସମ୍ପୃକ୍ତ ଯୁବକ ଙ୍କୁ ଉଦ୍ଧାର କରାଯାଇଥିଲା ।

ଯୁବକ ଜଣ ଙ୍କ ହେଉଛନ୍ତି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳ ର ଭଜମନ ଗୋଛାୟତ । ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଏବେ ସେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଦୁଇଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ବାଥରୁମ ଝରକା ଦେଇ ସେ ଝରକା ତାଜା କୁ ଯାଇ ଏଭଳି ଉଦ୍ୟମ କରିଥିଲେ । ଶେଷରେ ତାଙ୍କୁ ଉଦ୍ଧାର ପରେ ପୁଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.