ନୂଆଦିଲ୍ଲୀ: ଅନଲକ୍ ହୋଇଛି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ । ସପ୍ତାହେ ଧରି ଅସ୍ଥାୟୀ ଭାବରେ ରାହୁଲଙ୍କ ଟ୍ୱିଟ୍ ଆକାଉଣ୍ଟକୁ ସସପେଣ୍ଡ କରିଥିଲା କମ୍ପାନୀ । ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ପୋଷ୍ଟ କରିବା ପରେ ନିୟମର ଉଲ୍ଲଂଘନ ଅଭିଯୋଗରେ ରାହୁଲଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସାମୟିକ ସସପେଣ୍ଡ କରିଥିଲା ଟ୍ୱିଟର୍ ।
ସେହିପରି ରାହୁଲଙ୍କ ସେହି ଫଟୋକୁ ସେୟାର କରିଥିବା କିଛି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ବି ଲକ୍ କରିଥିଲା ଟ୍ୱିଟର । ସେମାନଙ୍କ ଆକାଉଣ୍ଟକୁ ବି ଆଜି ଅନଲକ୍ କରାଯାଇଛି । ରାହୁଲ ଗାନ୍ଧିଙ୍କ ସମେତ ଦଳର କିଛି ବରିଷ୍ଠ କର୍ମକର୍ତ୍ତା ଓ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ କରାଯାଇଥିଲା ।
ଏହି ଘଟଣାକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରିଥିଲା । ଟ୍ୱିଟର ଉପରେ ବର୍ଷିଥିଲା ଦଳ । ଟ୍ୱିଟରର କାର୍ୟ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ସହ ପକ୍ଷପାତିତା ଅଭିଯୋଗ ଆଣିଥିଲା । ଏହି ବିବାଦ ଭିତରେ ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ବଦଳି କରାଯାଇଥିଲା ।
Comments are closed.