Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧)
ଅନ୍-ଲାଇନ ଷ୍ଟୋରର ମାଲିକମାନେ
ଗୋଟେ ଗୋଟେ ଇଶ୍ବର
ନଚେତ୍ ସାକ୍ଷାତ ଚୋର;
ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖ
ତଦନ୍ତ ହେବା ନିହାତି ଦର୍କାର!
ଯଦି ସେମାନେ ଏସବୁ ନୁହନ୍ତି,
ଏତେ ଶସ୍ତାରେ ଜିନିଷ ସବୁ
କୋଉଠୁ ଆଣି ଦିଅନ୍ତି?

(୨)
ନାନା ଦୁର୍ଘଟଣାରେ ଦଳଦଳ
ଲୋକ ମରୁଛନ୍ତି ବାରମ୍ବାର;
ଆଜିକାଲି କୋଉଠି ଥାଇ
କ’ଣ କରୁଛନ୍ତି ଇଶ୍ବର!
ମନ୍ଦିର ତୋଳିବାର ଯୋଜନା
ଅଟକେଇ ଦିଆଯାଉ ଏବେ;
ନଚେତ ସିଏ ତା ଭିତରେ
ଆନନ୍ଦରେ ଶୋଇ ପଡିବେ!!

(୩)
ମଣିଷମାନଙ୍କ ଦେହରେ
ପଶୁଗୁଣ ଖୁନ୍ଦି ହୋଇ ରହିଛି;
ସେୟାକୁ ଲୁଚେଇବାକୁ ତ
ମଣିଷ ଲୁଗାପଟା ପିନ୍ଧୁଛି!
ଯାହାଠାରେ ପଶୁପଣ
ଯେତେ ବଢୁଛି;
ତା ଦେହରୁ ଲୁଗାପଟା
ସେତିକି ଝଡୁଛି!!

(୪)
ପ୍ରେମର ପୂର୍ବକାଳ ଚିଠି, ଲାଇନ୍ ମରା
ପରକାଳ ବିବାହ ଥିଲା;
ଏବେ କିନ୍ତୁ ଦେଖ ବହୁବଚନରେ
ପ୍ରେମ ବ୍ୟାକରଣ ବଦଳିଗଲା!
ଆଜି ଯିଏ ପ୍ରେମରେ ଡାକୁଛି
ଡିଅର ମିଠୁ ବୋଲି;
ସିଏ ଲେଖିପାରେ ତମ ନାଆଁରେ
ସୋସିଆଲ ମିଡିଆରେ ମି’ ଠୁ ବୋଲି କାଲି!!

(୫)
ଯୋଉ ବାଟେ ବାଟେ ଆସିଥିଲ ଟଙ୍କା
ସେଇ ବାଟେବାଟେ ଯାଆ;
ଅନ ଲାଇନିରେ ଜିନିଷ କିଣନ୍ତି
ମୋ ପିଲାଙ୍କର ମାଆ!
ନେତାଙ୍କ ହାତରେ ବାଲାଟ
ସୈନିକ ବନ୍ଧୁକେ ବୁଲେଟ;
ପିଲାଙ୍କ ହାତରେ ଚକୋଲେଟ
ଆଉ ଘରଣୀଙ୍କ ହାତେ ଓ୍ବାଲେଟ!!

Leave A Reply

Your email address will not be published.