Latest Odisha News

ଅଗଷ୍ଟ ୧୪କୁ ଦେଶରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖକୁ ଦେଶବ୍ୟାପୀ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି, ଏହି ଦିନ ଘୃଣା ଓ ହିଂସା ଯୋଗୁ ଆମର ଲକ୍ଷ ଲକ୍ଷ ଭାଇ ଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ଅନେକଙ୍କ ଜୀବନ ବି ଯାଇଛି । ସେମାନଙ୍କର ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯିବ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିପାରିବ ନାହିଁ । ୧୯୪୭ ମସିହା, ଅଗଷ୍ଟ ୧୪ ତାରିଖରେ ଭାରତ ଓ ପାକିସ୍ତାନ ବିଭାଜିତ ହୋଇଥିଲେ । ଅଗଷ୍ଟ ୧୪ ତାରିଖକୁ ପାକିସ୍ତାନ ସ୍ୱାଧୀନତା ଦିବସ ଭାବରେ ପାଳନ କରୁଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତକୁ ପୃଥକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.