Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ହରିହର, ବୀରେନ୍ଦ୍ରଙ୍କ ସମେତ ଶତାଧିକ କର୍ମୀ

ପୁରୀ: ସ୍ଥାନୀୟ ନରେନ୍ଦ୍ରକୋଣ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହେଶ୍ୱର ମହାନ୍ତିଙ୍କ ଚିନ୍ତାଧାରାରେ ଅନୁପ୍ରାଣୀତ ହୋଇ କଂଗ୍ରେସର ଟାଣୁଆ ନେତା ହରିହର ପାଢ଼ୀ, ବୀରେନ୍ଦ୍ର ଭୂଷଣ ହୋତା ଏବଂ ଅଭିମନ୍ୟୁ ଜେନା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେମାନଙ୍କ ଉପସ୍ଥିତି ଦଳକୁ ମଜଭୁତ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ଯୋଗୁ ବିଜେଡି ଦୀର୍ଘ ଦିନ ଧରି କ୍ଷମତାରେ ରହି ଆସିଛି ଏବଂ ଆଗକୁ ଏହା ବଳବତର ରହିବ । ସଂଗଠିତ ହୋଇ କାର୍ଯ୍ୟ କଲେ ଦଳ ଆଗକୁ ବଢ଼ିବ ବୋଲି ସୁନୀଲ କହିଥିଲେ ।

ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ୱର ଏହି ଅବସରରେ ବିଜେଡିର ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ପୂବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ନଗର ସଭାପତି ସବ୍ୟସାଚୀ ମହାପାତ୍ର, ଯୁବ ବିଜେଡି ଉପ ସଭାପତି ସୁନୀଲ ମହାନ୍ତି, ସାଧାରଣ ସମ୍ପାଦକ ନାରାୟଣ ପଟ୍ଟନାୟକ, ରାକେଶ ରଥ, ସୁଧାଂଶୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.