Latest Odisha News

BREAKING NEWS

ଟିଆରଏସ ସହ ଆଇ-ପିଏସିର ଚୁକ୍ତି, ପ୍ରଶାନ୍ତ କିଶୋରଙ୍କୁ ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଆଇ-ପିଏସି ଟିଆରଏସ ସହ ତେଲେଙ୍ଗାନା ନିର୍ବାଚନ ପାଇଁ ଚୁକ୍ତି କରିବା ପରେ ଅନେକ କଂଗ୍ରେସ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବାକୁ ଚାହୁଁଛି ସେହି ରାଜ୍ୟରେ ପ୍ରଶାନ୍ତଙ୍କ ସଂସ୍ଥା କଂଗ୍ରେସ ବିରୋଧରେ ରଣନୀତି ତିଆରି କରିବାକୁ ନେଇ ଗ୍ରହଣ କରିପାରୁ ନାହାନ୍ତି କଂଗ୍ରେସ ନେତା।

ସୋମବାର କଂଗ୍ରେସର ଏକ ବୈଠକ ବସିଥିଲା । ଏହି ବୈଠକରେ ପ୍ରଶାନ୍ତ ଦଳରେ ସାମିଲ ହେଲେ କଣ ଭୂମିକା ରହିବ ସେ ନେଇ ଆଲୋଚନା ହେବାର ଥିଲା । କିନ୍ତୁ ଟିଆରଏସ ସହ ଆଇ-ପିଏସି ଚୁକ୍ତି କରିବା ପରେ ପ୍ରଶାନ୍ତଙ୍କୁ ଦଳରେ ସାମିଲ କରାଯିବକି ନାହିଁ ଦଳର ହାଇକମାଣ୍ଡ ଏବେ ଦୋଛକିରେ। କଂଗ୍ରେସ ଏବେ ପ୍ରଶାନ୍ତ କିଶୋରଙ୍କ ପାଖରୁ ଏ ସଂକ୍ରାନ୍ତରେ ଏକ ସ୍ପଷ୍ଟୀକରଣ ମାଗିପାରେ। ମିଳିଥିବା ସୂଚନା ଅନୁଯାୟୀ ଯଦି କଂଗ୍ରେସ ସ୍ପଷ୍ଚୀକରଣରେ ଖୁସି ନହେବ ତାହେଲେ ପିକେ କଂଗ୍ରେସରେ ସାମିଲ ହେବା ବହୁତ କଷ୍ଟ ହୋଇଯିବ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ,  ସୋମବାର ସୋନିଆ ଗାନ୍ଧୀଙ୍କ ସହ ଏକ ବୈଠକ ସମୟରେ ଉପସ୍ଥିତ ଥିବା ଆଠ ଜଣିଆ ଦଳର କିଛି ବରିଷ୍ଠ ନେତା ଏ ସମ୍ପର୍କରେ ଆଲୋଚନା କରି ଉଦବେଗ ପ୍ରକାଶ କରିବା ସହ ପ୍ରଶାନ୍ତ କିଶୋରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିବା ଉଚିତ ବୋଲି କହିଥିଲେ । ଗୋଟିଏ ପଟେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାକୁ ଆଗ୍ରହୀ ଏବଂ ଅନ୍ୟପଟେ ତାଙ୍କର ସଂସ୍ଥା ଅନ୍ୟ ଏକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରୁବାକୁ ଇଚ୍ଛୁକ । ସେହିପରି ପଶ୍ଚିମବଙ୍ଗ ଓ ବିହାରରେ କଂଗ୍ରେସର ପ୍ରମୁଖ ବିରୋଧୀଙ୍କ ସହ ତାଙ୍କର ସଂସ୍ଥା ଜଡିତ ଥିବାରୁ ନେତାମାନେ ସନ୍ଦେହ ଆଖିରେ ଦେଖୁଛନ୍ତି । କିଛି ନେତା କହିଛନ୍ତି ଯେ ଯଦି କଂଗ୍ରେସ ତାଙ୍କ ସହ ନିର୍ବାଚନ ବୁଝାମଣା କରିବ ତେବେ ସ୍ୱାର୍ଥର ଦ୍ୱନ୍ଦ୍ୱ ସୃଷ୍ଟି ହେବ।

ଏହି ବୈଠକରେ କଂଗ୍ରେସ ଘୋଷଣା କରିଛି ଯେ, ଆଗକୁ ଥିବା ରାଜନୈତିକ ଆହ୍ୱାନର ମୁକାବିଲା କରିବା ପାଇଁ ଏକ ସଶକ୍ତ ଗୋଷ୍ଠୀ ଗଠନ କରାଯିବ ଏବଂ 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।

Leave A Reply

Your email address will not be published.