Latest Odisha News

ଶଙ୍ଖ ଧରିଲେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ; କହିଲେ, ବାପାଙ୍କ ଆର୍ଶୀବାଦ ନେଇ ବିଜେଡିରେ ମିଶିଲି

ଭୁବନେଶ୍ବର: ଦୀର୍ଘ ଦିନ ଧରି ଚର୍ଚ୍ଚାର ଅନ୍ତ ଘଟିଲା । ଶଙ୍ଖ ଧରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ । ଭୁବନେଶ୍ୱର ମାଉସୀମାଆ ମନ୍ଦିର ଛକରୁଏକ ବିରାଟ ପଟୁଆର ଧରି ନିଜ କର୍ମୀମାନଙ୍କୁ ନେଇ ଶଙ୍ଖ ଭବନରେ ପହଞ୍ଚିଥିଲେ ମନ୍ମଥ ।

ଏହି ଅବସରରେ ମନ୍ମଥ କହିଛନ୍ତି, ‘ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହେଲି । ତାଙ୍କ ପ୍ରେରଣାରେ ଆଗକୁ ବଢ଼ିବି । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି ଯାହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ମୋତେ ଯାହା ବି ଦାୟିତ୍ତ୍ବ ଦିଆଯିବ ତାକୁ ମୁଁ ନିଷ୍ଠାର ସହକାରେ ତୁଲାଇବି । ଦଳର ସୁପ୍ରିମୋଙ୍କ ସମସ୍ତ ଆଦେଶ ପାଳନ କରି ଓଡିଶାର ବିକାଶ ଦିଗରେ କାମ କରିବି’ ।

ଅନ୍ୟପକ୍ଷରେ ବାପାଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ମନ୍ମଥ କହିଛନ୍ତି । ବିଜେଡିରେ ମିଶିବା ମୋର ଏକା ନିଷ୍ପତ୍ତି ନୁହେଁ । ଏହା ମୋ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଛନ୍ତି ।

ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ଜଟଣୀରୁ ମନ୍ମଥ ବିଜେଡି ଟିକେଟ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କଣ ଦାୟିତ୍ୱ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ । କିଛି ଦିନ ପୂର୍ବେ ସେ ପାଇଲଟ ଚାକିରୀରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ ।

Leave A Reply

Your email address will not be published.