Latest Odisha News

BREAKING NEWS

ବାଲୁକା କଳାରେ ‘ରାକ୍ଷୀ ପୂର୍ଣ୍ଣିମା’ର ଶୁଭେଚ୍ଛା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କୁ ‘ରାକ୍ଷୀ ପୂର୍ଣ୍ଣିମା’ର ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ବାଲିରେ ରାକ୍ଷୀ ନିର୍ମାଣ କରିଛନ୍ତି ସୁଦର୍ଶନ । ଏଥିସହିତ ଚଳିତ ଥର ମହାମାରୀ କରୋନାରେ ଆମକୁ ସୁରକ୍ଷା ଦେବାକୁ ଯାଇ କୋଭିଡ ଯୋଦ୍ଧା ପାଲଟିଥିବା ବ୍ୟକ୍ତିମାନଙ୍କ ସହ ରାକ୍ଷୀ ପାଳନ କରିବା ପାଇଁ ସେ ବାର୍ତ୍ତା ଦେଇଛନ୍ତି ।

 

ଭାଇ-ଭଉଣୀଙ୍କ ଲାଗି ଏହି ଦିନଟି ବେଶ୍ ପବିତ୍ର । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ତା’ର ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀ । ସମ୍ପର୍କର ସେତୁବନ୍ଧ ପାଲଟି ଯାଇଥାଏ ସୂତାରେ ନିର୍ମିତ ହୋଇଥିବା ସୁକ୍ଷ୍ମ ରାକ୍ଷୀଟିଏ ।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ସମସ୍ତ ଗାଁ ଓ ସହରରେ ଆନନ୍ଦ ଉଲ୍ଲାସର ମାହୋଲ ସୃଷ୍ଟି ହୋଇଛି । ଭଉଣୀ ମାନେ ସେମାନଙ୍କର ଭାଇ ହାତରେ ରାକ୍ଷୀ ବାନ୍ଧି ଖୁସି ମନାଉଛନ୍ତି । ଏପରିକି କେହି କେହି ଦୂରରେ ରହୁଥିବା ଭାଇମାନଙ୍କ ଲାଗି ଅନଲାଇନ୍‌, କୋରିୟର୍ ବା ସ୍ପିଡ଼ପୋଷ୍ଟ ଯୋଗେ ରାକ୍ଷୀ ପଠାଉଛନ୍ତି ।

Leave A Reply

Your email address will not be published.