ପାଟନା : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ମୋଦୀ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିହାର ରାଜଧାନୀ ପାଟନାରେ ସମ୍ବିଧାନ ସୁରକ୍ଷା ସମ୍ମେଳନକୁ ସମ୍ବୋଧିତ କରି ଶାସକ ବିଜେପିରେ ବିଧାୟକ ଓ ସାଂସଦମାନଙ୍କର କୌଣସି କ୍ଷମତା ନାହିଁ ବୋଲି କହିଛନ୍ତି। ସେ ସମ୍ବିଧାନକୁ ନେଇ ଆରଏସଏସକୁ ମଧ୍ୟ କଟାକ୍ଷ କରିଛନ୍ତି।
ସମ୍ବିଧାନ ସୁରକ୍ଷା ସମ୍ମେଳନକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଗଙ୍ଗା ପରି ଦେଶର କୋଣ ଅନୁକୋଣକୁ ସମ୍ବିଧାନର ବାର୍ତ୍ତା ପହଞ୍ଚିବା ଦରକାର। କିଛିଦିନ ପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶର ସ୍ବାଧୀନତାକୁ ନେଇ ମତ ଦେଇଥିଲେ। ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନ ହୋଇନଥିଲା ବୋଲି ସେ କହିଥିଲେ। ସମ୍ବିଧାନରେ ଯାହା ଉଲ୍ଲେଖ ରହିଛି ତାହା ସହିତ ଭାରତର କୌଣସି ସମ୍ପର୍କ ନାହିଁ ବୋଲି ମଧ୍ୟ ଭାଗବତ କହିଥିଲେ। ଏହାକୁ କଡା ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।
जब RSS प्रमुख मोहन भागवत कहते हैं कि हिंदुस्तान को आज़ादी 1947 में नहीं मिली, तब वह संविधान को नकारते हैं।
वो संविधान की सोच को,
गांधी जी की सोच को,
अंबेडकर जी की सोच को
बुद्ध भगवान की सोच को,
फुले जी की सोच को मिटाने लगे हैं। pic.twitter.com/jqY4Pcib5O— Rahul Gandhi (@RahulGandhi) January 18, 2025
ରାହୁଲ କହିଛନ୍ତି, ଆମ କାମ ସମ୍ବିଧାନକୁ ରକ୍ଷା କରିବା। ବିଜେପି ଓ ଆରଏସଏସ ସମ୍ବିଧାନ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି। ୨୦ ଜଣ ଆରବପତି ଦେଶ ଚଲାଉଛନ୍ତି। ବିହାରକୁ ଦେଶର ଲେବର ଫ୍ୟାକଟ୍ରି କରିଛନ୍ତି। ସେହିପରି ପେପର ଲିକର କେନ୍ଦ୍ର ପାଲଟିଛି ବିହାର। ଆଗକୁ ବିହାରରେ ନିର୍ବାଚନ ହେବ। ଇଣ୍ଡିଆ ମେଣ୍ଟକୁ ସମର୍ଥନ କରି ବିଜେପିକୁ କରାଇବାକୁ ରାହୁଲ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେତେ ରାଜନୈତିକ କ୍ଷତି ସହିବାକୁ ପଡିଲେ ମଧ୍ୟ ଆମେ ଦେଶରେ ଜାତିଗତ ଜନଗଣନା କରିବୁ। ଜାତି ଜନଗଣନା ଏକ୍ସ-ରେ ପରି। ଏହା କରିବା ଦ୍ବାରା ବିଜେପିର ଅସଲ ମୁଖା ଖୋଲିବ।
Comments are closed.