Latest Odisha News

କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧.୪୨ କୋଟି ଋଣ ଠକେଇ, ମହିଳା ସୁପରଭାଇଜର ଗିରଫ

ବ୍ରହ୍ମପୁର: ଦିନକୁ ଦିନ ଠକକ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଆସିକା ପରେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନ ବିଜିପୁର ସମବାୟ ବ୍ୟାଙ୍କ୍ ଶାଖାରେ ୧ କୋଟି ୪୨ ଲକ୍ଷ ଟଙ୍କାର ଋଣ ଘୋଟାଲା ହୋଇଥିବା ଖବର ସାମ୍ନାକୁ ଆସିଛି।

ସଂପୃକ୍ତ ମାମଲାରେ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ କରାଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଗୋଷାଣି ନୂଆ ଗାଁ ଥାନା ପୋଲିସ। ଏହି ମାମଲାରେ ମହିଳା ସୁପରଭାଇଜର ବି ଗିରଫ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଭିନ୍ନ ଲୋକଙ୍କ ନାଁରେ ବିନା କାଗଜ ପତ୍ରରେ ଟଙ୍କା ଋଣ ଦେବା ଦର୍ଶାଇ ଟଙ୍କା ଆତ୍ମସାତ କରିଥିବା ନେଇ ବ୍ୟାଙ୍କ ସିଇଓ ଭରତ ସାହୁ ଅଭିଯୋଗ କରିବା ପରେ ପୋଲିସ ଖୋଳତାଡ଼ କରି ଦୁଇ ଜଣଙ୍କୁ ଗିରଫ କରିଛି।

ତେବେ ଏହି ଋଣ ଘୋଟାଲାରେ ଭୁବନେଶ୍ୱରରୁ ୨ଜଣ ଗିରଫ ହୋଇଛନ୍ତି। ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଜଣେ ମହିଳା କର୍ମଚାରୀ ଗିରଫ ହୋଇଛନ୍ତି। ଗୋଷାଣି ନୂଆ ଗାଁ ପୋଲିସ ଉଭୟଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। ବି

Comments are closed.