Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ହାଉସ : କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ହାଉସ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ନଂ-୧ କିନ୍ତୁ ଓଡ଼ିଶା ଗରିବୀରେ ନଂ-୧ । ମୁଖ୍ୟମନ୍ତ୍ରୀ ଆଗରେ କିନ୍ତୁ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବହୁ ପଛରେ । ମୁଖ୍ୟମନ୍ତ୍ରୀ ଲୋକପ୍ରିୟ କିନ୍ତୁ ତାଙ୍କର ନିଜ ଜିଲ୍ଲା ଦାଦନ ଖଟିଯିବାରେ ଲୋକପ୍ରିୟ । ଯିଏ ଅତିତରେ ସରକାରୀଙ୍କ ଅଧସ୍ତନ ଭାବରେ କାମ କରୁଥିଲେ ସରକାରୀ ଭାବେ ଅବସର ନେଲାପରେ ସେହି ଅଧସ୍ତନ ଅଫିସରମାନେ ଏବେ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ।

କରୋନାର ଆଳ ଦେଖାଇ ତାଟି କବାଟ ପକାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି । ନିର୍ବାଚନୀ କାର୍ୟ୍ୟ ଓ କଳିଙ୍ଗ ଷ୍ଟାଡିୟମ ଗଲେ କରୋନା ହେଉନାହିଁ । ନିଜ ସରକାରର ମନ୍ତ୍ରୀ ଓ ନିଜ ଦଳ ବିଧାୟକଙ୍କ ଭିତରେ ବିଧାନ ସଭାରେ ତାଙ୍କୁ କରୋନା ହେବାର ଭୟ ହେଉଛି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ ଆର ବାଲକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଉପଦେଷ୍ଟା । ଅବସରପ୍ରାପ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କର ପ୍ରିନସ୍‌ପାଲ ଆଡଭାଇଜର । ଅବସରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କର ଓଏସଡି ଆହୁରି ଅନେକ ଅବସର ପ୍ରାପ୍ତ ଅଫିସର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଆଶ୍ରୟ ଦିଆଯାଇଛି । ଯାହାଙ୍କର ପ୍ରଶାସନିକ ଉତର ଦାୟୀତ୍ୱ ନାହିଁ ।

ବସ୍ତୁତଃ କହିବାକୁ ଗଲେ ରାଜ୍ୟରେ ସର୍ବପ୍ରଥମ ସମ୍ବେଦଶୀଳ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କର କାର୍ୟ୍ୟାଳୟ ବର୍ତମାନ କେତେକ ଅବସରପ୍ରାପ୍ତ ଓ ପ୍ରଶାସନିକ ସ୍ତରରେ ଅନଫିଟ୍ ଅଫିସରଙ୍କର କ୍ଳବ ହାଉସ ଓ କଫି ସେଂଟରରେ ପରିଣତ ହୋଇଛି । ଏହି ଅବସରପ୍ରାପ୍ତ ବିବାଦୀୟ ଅଫିସରମାନଙ୍କ ମଉଜମଜଲିସ୍ ପାଇଁ ସରକାରୀ ତହବିଲ୍‌ରୁ ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି ଓ ଏମାନଙ୍କ ମାଧ୍ୟମରେ ବିଭିନ୍ନ କ୍ରଟାଂକ୍ଟର, କମ୍ପାନୀ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ।

ଯଦି ସରକାରଙ୍କର ଶିଳ୍ପ ନୀତି କିଛି କାର୍ଯ୍ୟକ୍ରମ ନେବାର ଥିଲା ତାହାହେଲେ ଶିଳ୍ପ ସଚିବ ମାଧ୍ୟମରେ କରାଇପାରିଥାନ୍ତେ । ଗୋଟେ ପଟେ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର ଅବସରପ୍ରାପ୍ତ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଖତମ କରିଦେବାର ବିଧିବଧ ଷଡ଼ଯନ୍ତ୍ର ଚାଲିଛି କି? ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ ଯଦି ସତ୍‌ସାହସ ଅଛି ଏହା ପ୍ରଚାର ନା ଅପପ୍ରଚାର ଉତର ଦେବେ । ଶିକ୍ଷା,ସାମାଜିକ ଓ ଅର୍ଥର୍ନୈତିକ କ୍ଷେତ୍ରରେ ପଛୁଆବର୍ଗ ପ୍ରତି ୨୭% ସଂରକ୍ଷଣ ବ୍ୟବସ୍ଥା ନକରି ତରବରିଆ ଭାବେ ନିର୍ବାଚନ କରାଯାଉନି କି?

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋଟର ତାଗିତ ସତ୍ୱେ ପୋଲିସ ଠିକ ଭାବେ ତଦନ୍ତ କରୁନାହିଁ, ସେହି ହତ୍ୟା ଅଭିଯୁକ୍ତ ଆପଣଙ୍କ ସରକାରର ଆଇନମନ୍ତ୍ରୀ ? ସୁଦୁର କଳାହାଣ୍ଡି ଜିଲ୍ଲାରେ ମହାଲିଙ୍ଗ କଲେଜରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ ଓ ସେଥିରେ ଆପଣଙ୍କର ସରକାରର ମନ୍ତ୍ରୀମାନଙ୍କର ସଂପୃକ୍ତିକୁ ଘଂଟ ଘୋଡ଼ାଇବା ପାଇଁ ମମିତା ମେହେର ନାମକ ଜଣେ ଶିକ୍ଷୟତ୍ରୀ ଅତି ନୃସସଂ ଭାବେ ହତ୍ୟା କରାଯାଇଥିଲା ।ସେ ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ରାଜ୍ୟ ଗୃହ ମନ୍ତ୍ରୀ କେବେ ଜେଲ ଯିବେ? ଆପଣ କହନ୍ତି ଓଡ଼ିଶାବାସୀ ମୋ ପରିବାର । କିନ୍ତୁ ଚିଟ୍‌ଫଣ୍ଡରେ ହଜାର ହଜାର କୋଟି ଟଙ୍କା ଲୁଟ କରିଥିବା କମ୍ପାନୀ ଓ ପୃଷ୍ଠପୋଷକତା କରିଥିବା ଆପଣଙ୍କ ଦଳର ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କର ସଂପୃକ୍ତି ଅଭିଯୋଗର ତଦନ୍ତ କରି ତାଙ୍କୁ ଝାରପଡ଼ାକୁ କେବେ ପଠାଇବେ ।

ରାଜ୍ୟରେ ୬୩ ଲକ୍ଷ ଯୁବକଯୁବତୀ ମାନେ ବେକାର ଥିବା ଆପଣ ଜାଣନ୍ତିକି? ପ୍ରତିବର୍ଷ ୨ଲକ୍ଷ ଯୁବକ ମାନଙ୍କୁ ନିଯୁକ୍ତି ଦେବା ପ୍ରତିଶ୍ରୁତି ସଂପୂର୍ଣ୍ଣ ଭାବରେ ଧୂଆଁବାଣ ହେବା ଅପପ୍ରଚାର କି? । ଚୌଦ୍ୱାର ଟେକ୍ସଟାଇଲ ମିଲ ବନ୍ଦ । ରାଜ୍ୟର ସମସ୍ତ ପୂରାତନ ଶିଳ୍ପ ଅଚଳ । କିନ୍ତୁ ଜିନ୍ଦଲ କାରଖାନା ପ୍ରତିଷ୍ଠା ପାଇଁ ଆପଣଙ୍କର ଏତେ ବ୍ୟଗ୍ରତ ଯେ ପୋଲିସ ଲଗାଇ ଢ଼ିଙ୍କିଆ ବାସୀଙ୍କର ଜୀବନ ଓ ଜୀବିକାର ଅପହରଣ ପାଇଁ ଆପଣଙ୍କର ବ୍ୟଗ୍ରତା ।

କମ୍ପାନୀର ସ୍ୱାର୍ଥ ସାଧନ ପାଇଁ ଓଡ଼ିଶାର ଅସ୍ମିତା ଓ ଓଡ଼ିଆ ଲୋକଙ୍କୁ ଆପଣ ମାରିଦେବେକି? ସ୍ପଷ୍ଟ ଦାବି ଯେ ଯଦି ଆପଣଙ୍କର ସତ୍‌ସାହସ ଅଛି ଓ ମଣିଷପଣିଆ ଅଛି ତାହାହେଲ ଦୋଷୀ ପୋଲିସ ଅଫିସରମାନଙ୍କୁ ବାନ୍ଧ । ଯେଉଁ ଲୋକମାନେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ତାଙ୍କ ସହିତ ବିଶ୍ୱାସ ଘାତକତା କରନାହିଁ ନଚେତ ଇତିହାସ ଆପଣଙ୍କୁ କ୍ଷମା ଦେବ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

 

 

Comments are closed, but trackbacks and pingbacks are open.