Latest Odisha News

BREAKING NEWS

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେବ କଂଗ୍ରେସ । କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ସୂଚନା ଦେଇଛନ୍ତି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ଆସନ୍ତା ୧୦ ତାରିଖରେ କଂଗ୍ରେସ, ସବୁ ଜିଲ୍ଲାପାଳ ଏବଂ ଭୁବନେଶ୍ବର ଏଡିଏମ୍ ଅଫିସ ଆଗରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ନାରୀ ଅସୁରକ୍ଷିତକୁ ନେଇ ସରକାରଙ୍କ ବିରୁଦ୍ଧରେ ଗର୍ଜିବ କଂଗ୍ରେସ ।

ଅନ୍ୟପଟେ କଂଗ୍ରେସ ନାରୀ ସୁରକ୍ଷାକୁ ନେଇ ଆଜି ବିଧାନସଭାରେ ଜୋରଦାର ଗର୍ଜିଛି । ଗୃହ ଭିତରେ ବାହାରେ, ହୋହାଲ୍ଲା କରିବା ସହ, ପ୍ଲା-କାର୍ଡ ଧରି ସରକାରଙ୍କୁ ଜବାବ ମାଗିଛି । ପ୍ରଥମେ କଂଗ୍ରେସ ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ପରେ ନାରା ବାଜି କରିବା ସହ ଗୃହରେ ପ୍ରବେଶ କରିଥିଲେ । ଗୃହ ମଧ୍ୟରେ ହୋହଲ୍ଲା କରିବା ସଂ ବାସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ ବିଧାୟକ ତାରାବାହିନୀ ପତି ।  ପରେ ସ୍ଥିତି ଅଣାୟତ୍ତ ହେବାରୁ ଗୃହକୁ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।

ମୁଲତବି ପରେ ମଧ୍ୟ କଂଗ୍ରେସର ବିରୋଧ ଜାରି ରହିଛି । ବିଧାନସଭା ପରିସରରେ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛି ।

Comments are closed.