Latest Odisha News

BREAKING NEWS

ଦିଲ୍ଲୀରେ ୨ କଂଗ୍ରେସ କାଉନସିଲର ଯୋଗ ଦେଲେ ଆପରେ

ନୂଆଦିଲ୍ଲର: କଂଗ୍ରେସର ସମସ୍ୟା କମିବାରେ ନାଁ ଧରୁନି । ଦିଲ୍ଲୀ ଏମସିଡିରେ ଖରାପ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଦଳକୁ ଆଉ ଏକ ଝଟକା ଲାଗିଛି । କଂଗ୍ରେସର ୨ ଜଣ କାଉନସିଲର ଦଳ ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ମୁସ୍ତଫାବାଦର ସବିଲା ବେଗମ ଓ ବ୍ରିଜପୁରୀର ନାଜିଆ ଖାତୁନ ନିର୍ବାଚନ ପରେ ଦଳ ଛାଡିବା ନିଷ୍ପତି ନେଇଥିଲେ । ଆପ ଦେତା ଦୁର୍ଗେଶ ପାଠକ ସେମାନଙ୍କୁ ଦଳରେ ସାମିଲ କରାଇଛନ୍ତି । ୨ଜଣ କାଉନସିଲ ଆମ ସହିତ ଯୋଗ ଦେବା ପରେ ମେୟର ନିର୍ବାଚନରେ ଆପ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ଦୁର୍ଗେଶ କହିଛନ୍ତି ।

ଦିଲ୍ଲୀ ଏମସିଡି ନିର୍ବାଚନରେ ଆପକୁ ୧୩୪, ବିଜେପିକୁ ୧୦୪ ଓ କଂଗ୍ରେସକୁ ୯ଟି ଆସନ ମିଳିଥିଲା । ସୂଚନାଯୋଗ୍ୟ, ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ହିମାଚଳ ପ୍ରଦେଶରରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବା ବେଳେ ଗୁଜରାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

Leave A Reply

Your email address will not be published.