Latest Odisha News

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁସ ଓ କାଠ ଫାଳିଆ ଆଶ୍ରମରୁ ଜବତ

ଭୁବନେଶ୍ୱର ଦୟାଲ ଆଶ୍ରମରୁ ବାଉଁସ ଓ କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି । ମାନସ ହତ୍ୟା ମାମଲାରେ ଆଉ ଏକ ସାଙ୍ଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ମାନସଙ୍କୁ ବାଉଁସ ଫାଳିଆରେ ପିଟିପିଟି କରାଯାଇଥିଲା ହତ୍ୟା । ଭୁବନେଶ୍ୱର ଦୟାଲ ଆଶ୍ରମରୁ ବାଉଁସ ଓ କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ ଶର୍ମିଷ୍ଠା । ମାନସଙ୍କୁ ପିଟିପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶରେ ଝୁନା ଭୋଇ କାଠ ଫାଳିଆକୁ ଝରକା ପଟେ ଫୋପାଡି ଦେଇଥିଲେ । ବହୁ ଚର୍ଚ୍ଚିତ ମାନଓ ସ୍ୱାଇଁ ହତ୍ୟା କାଣ୍ଡରେ କ୍ରାଇମବ୍ରାଞ୍ଚ୍ ଟିମ୍ ୪ ଜଣ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ।

ହେଲେ ଜେଏମଏଫସି କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ରଞ୍ଜନ ଓ ନିରଞ୍ଜନଙ୍କୁ ଭଦ୍ରକ ବିଚାର ବିଭାଗୀୟ ହାଜରେ ରଖାଯାଇଥିଲା । କ୍ରାଇମବ୍ରାଞ୍ଚ ଟିମ୍ ଝୁନା ଓ ଶର୍ମିଷ୍ଠାଙ୍କୁ ସାଥୀରେ ନେଇ କଟକ ଓ ପରେ ଭୁବନେଶ୍ୱର ଦୟାଲ ଆଶ୍ରମ ଫେରିଥିଲେ ।

ସେଠାରେ ମାନସ ସ୍ୱାଇଁଙ୍କୁ ହତ୍ୟା କେମିତି କଲେ ସେ ବିଷୟରେ କହିଥିଲେ ଶର୍ମିଷ୍ଠା । ହେଲେ ଆଜି ଦୟାଲ ଆଶ୍ରମରୁ ମାନସ ହତ୍ୟା କାଣ୍ଡରେ ବ୍ୟବହୃତ ଜୀନିଷ ଜବତ କରିଛି କ୍ରାଇମବ୍ରାଞ୍ଚି ଟିମ୍ ।

Leave A Reply

Your email address will not be published.