Latest Odisha News

BREAKING NEWS

ଭାରତୀୟ ଜନ ସଂଚାର ସଂସ୍ଥାନରେ ‘ଇମ୍‍କା’ର ଦଶମ ‘କନେକସନ୍‌-୨୦୨୨’

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପ୍ରେକ୍ଷାଳୟରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡି଼ଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’(ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୁଏ । ତା’ର ପ୍ରତିଦାନରେ ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଓ କର୍ତ୍ତବ୍ୟବୋଧ ରହିବା ନିତାନ୍ତ ଆବଶ୍ୟକ । ପୁରାତନ ଛାତ୍ରଛାତ୍ରୀମାନେ ହିଁ ଶିକ୍ଷାନୁଷ୍ଠାନର ଗୌରବକୁ ବଢ଼ାଇଥାନ୍ତି । ସେଥିପାଇଁ ସେମାନେ କର୍ତ୍ତବ୍ୟବୋଧକୁ ଅନୁଭବ କରିବା ହିଁ ଯଥାର୍ଥ ହେବ ବୋଲି ଶ୍ରୀ ଚାଟାର୍ଜୀ ତାଙ୍କ ଅଭିଭାଷଣର କହିଥିଲେ ।

ଏହି ଅବସରରେ ଇଂରାଜୀ ସାମ୍ବାଦିକତା ଛାତ୍ରୀ ଶର୍ମିଲା ଭଦୋରିଆଙ୍କୁ ବ୍ରିଗେଡ଼ିଅର ଜେଏସ ବାୱା ସ୍ମାରକୀ ଇମକା ମେଧାବୃତ୍ତି, ଛାତ୍ରୀ ଲାଚି ଗୋଲାଙ୍କୁ ଏସଟିଏସ ଥିରୁମଲାଇନାଥନ-ପୋନାମ୍ମଲ ସ୍ମାରକୀ ଇମକା ମେଧାବୃତ୍ତି, ଓଡ଼ିଆ ସାମ୍ବାଦିକତା ଛାତ୍ର ସୁମନ ରଣାଙ୍କୁ ଏମ୍‍ଏନ୍‍ ରଏ ସ୍ମାରକୀ ଇମକା ମେଧାବୃତ୍ତି, ଛାତ୍ର ସଦାଶିବ ଚାନ୍ଦଙ୍କୁ ସେହଦେବ ଓ ସୁଶୀଲା ଚିବର ସ୍ମାରକୀ ଇମକା ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଏହାସହ ଓଡ଼ିଆ ସାମ୍ବାଦିକତା ଛାତ୍ରୀ ଶୁଭଶ୍ରୀ ଶୁଭସ୍ମିତାଙ୍କୁ ପ୍ରଫେସର ବିବି ମହାନ୍ତି ସ୍ମାରକୀ ପୁରସ୍କାର ଓ ଇଂରାଜୀ ସାମ୍ବାଦିକତା ଛାତ୍ରୀ ପାଲକ ଖାରେଙ୍କୁ ପ୍ରଫେସର କେଏମ ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବିଗତ ୧୦ ବର୍ଷ ଧରି ଇମ୍‍କା ଆଇଆଇଏମ୍‍ସି ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଡି଼ହୋଇ ରହିବାର ସୁଯୋଗ ତିଆରି କରିଛି ଏବଂ ସମସ୍ତ ପୁରାତନ ଛାତ୍ରମାନଙ୍କୁ ଏକାଠି କରିବାରେ ଏକ ବଡ଼ ଭୂମିକା ନେଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂଘର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ସମସ୍ତ ସଦସ୍ୟ ଇମ୍‍କା ସହ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ । ଏହାଫଳରେ ସମସ୍ତେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ପରସ୍ପରର ସାହାଯ୍ୟରେ ଆସିପାରିବାର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ ।

Leave A Reply

Your email address will not be published.