ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ୨୧ ତାରିଖ ଚନ୍ଦ୍ରଯାନ-୩ ଉପରେ ଚର୍ଚ୍ଚା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ୟୁପିର ବିଏସପି ସାଂସଦ କୁଅଁର ଦାନିଶ ଅଲିଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । କୁହାଯାଉଛି, ବିଜେପି ସାଂସଦ ବିଏସପି ସାଂସଦ ଦାନିଶ ଅଲିଙ୍କୁ ଆପତ୍ତଜନକ ଶବ୍ଦ କହି ସମ୍ବୋଧନ କରିଥିଲେ । ଅବଶ୍ୟ ଗୃହର କାର୍ଯ୍ୟରୁ ବିଧୁରୀଙ୍କ ଅପଶବ୍ଦକୁ ହଟାଇ ଦିଆ ଯାଇଛି । ତେବେ ବିଧୁରୀଙ୍କ ଏପରି ଦୁର୍ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପଟେ ବିଏସପି ସାଂସଦ ଦାନିଶ ଅଲି କହିଛନ୍ତି, ଯଦି ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଉଦାସ ମନରେ ସେ ସଂସଦ ଛାଡିବା ଉପରେ ବିଚାର କରିବେ ।
ଏହି ଅବସରରେ ଭାବୁକ ହୋଇ ଯାଇଥିଲେ ଦାନିଶ ଅଲି । ସେ କହିଛନ୍ତି, ‘ଯଦି ମୋ ସହ ଏମିତି ହେଉଛି ତେବେ ସାଧାରଣ ଲୋକଙ୍କ ସହ କ’ଣ ହେଉଥିବ ? ନିଜ ପ୍ରତିକ୍ରିୟା ରଖିବା ସମୟରେ କାନ୍ଦି ପକାଉଥିଲେ ଦାନିଶ । ସେ କହିଛନ୍ତି, ‘ମୁଁ ପୁରା ରାତି ଶୋଇ ପାରି ନ ଥିଲି । କାରଣ ମୋତେ ଲାଗୁଥିଲା ଯେମିତି ମୋ ମୁଣ୍ଡ ଫାଟି ଯିବ ।’
ସେ ଆହୁରି କହିଛନ୍ତି, ସଂସଦର ଏହି ବିଶେଷ ଅଧିବେଶନ ଡାକି ନିର୍ବାଚିତ ସାଂସଦଙ୍କୁ ସେମାନଙ୍କ ସଂପ୍ରଦାୟ ସହ ଯୋଡି ତାଙ୍କ ଉପରେ ଆକ୍ରମଣ କରିବାକୁ ଡକାଯାଇଥିଲା ? ଏପରି ଘଟଣା ପୁରା ଦେଶ ପାଇଁ ଲଜ୍ଜାଜନକ । ଆମେ ଦେଖିବୁ ତାଙ୍କ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ନା ତାଙ୍କୁ ପ୍ରୋତ୍ସାହିତ କରୁଛି । ଏହା ଘୃଣା ସୃଷ୍ଟି କରୁଥିବା ଭାଷଣ ବୋଲି ସେ କହିଛନ୍ତି ।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ: ଶ୍ରେୟାଶ, ହାର୍ଦ୍ଦକ, ବୁମରାହ ସ୍ଥାନ ପାଇ ନ ପାରନ୍ତି
- ରାଜଧାନୀରେ ଘନ କୁହୁଡି, ବାତିଲ ହେଲା ୩ ବିମାନ ଉଡାଣ…
- Tiger Death: ଭାରତରେ ଚିନ୍ତାର ବିଷୟ ପାଲଟିଛି ବାଘ ମୃତ୍ୟୁ, ୨୦୨୫ରେ ଯାଇଛି ଏତିକି ଜୀବନ…
- Attack On Putin’s Residence: ୯୧ ଡ୍ରୋନ୍ ଆକ୍ରମଣ, ନା ନିଜେ ଷଡ଼ଯନ୍ତ୍ର ରଚିଥିଲେ ପୁଟିନ୍?
- Indore Contaminated Water Crisis: ଦୂଷିତ ପାଣି ପିଇ କେମିତି ମଲେ ଦେଶର ସ୍ବଚ୍ଛ ସହରର ୧୪ ଜଣ?, ସାମ୍ନାକୁ ଆସିଲା ଲ୍ୟାବ୍ ରିପୋର୍ଟ…
- Cold Wave: ଜାରି ରହିଛି ପ୍ରବଳ ଶୀତ, ଘନ କୁହୁଡ଼ି ସାଙ୍ଗକୁ ଶୀତଳ ଲହରୀ ଏବଂ ତୁଷାରପାତର ଚେତାବନୀ ଦେଲା IMD
- ୧୮ଟି ଜିଲ୍ଲାରେ ଜାରି ରହିଛି ଧାନ ସଂଗ୍ରହ, ରାଜ୍ୟରେ ଧାନ କିଣା ସମ୍ପର୍କରେ ତଥ୍ୟ ରଖିଲେ ସରକାର
- 8th Pay Commission: ଏହି ରାଜ୍ୟରେ ଗଠନ ହେବ ୮ମ ରାଜ୍ୟ ବେତନ କମିଶନ, ନିଜେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା…
- ଭସାପୋଲ ଅଘଟଣ: କୁହୁଡ଼ି ପାଇଁ ଚିଲିକାରେ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ
- ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ଗଣମାଧ୍ୟମର ପ୍ରଶ୍ନରେ ରାଗିଯାଇ କହଲେ ଅପଶବ୍ଦ, ବିବାଦ ବଢ଼ିବା ପରେ କ୍ଷମା ମାଗିଲେ କୈଳାସ ବିଜୟବର୍ଗୀୟ
Comments are closed.