Latest Odisha News

ଆଦି ଶଙ୍କରାଚାର୍ଯ୍ୟଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ନ୍ୟାସ ଓ ଆଶୁତୋଷ ଗୋୱାରିକର

ମୁମ୍ବାଇ: ଲଗାନ, ଯୋଧା ଆକବର ଓ ପାନୀପତ ପରି ଫିଲ୍ମ କରିଥିବା ଖ୍ୟାତନାମା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଆଉ ଏକ ଚମତ୍କାର ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନ୍ୟାସ ଏବଂ ଆଶୁତୋଷ ହିନ୍ଦୁ ଦାର୍ଶନିକ ଶଙ୍କରାଚାର୍ଯ୍ୟଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଶଙ୍କର ନିର୍ମାଣ କରିବେ । ମଧ୍ୟପ୍ରଦେଶରେ ମହାନ ଭାରତୀୟ ବୈଦ୍ୱିକ ବିଦ୍ୱାନ, ଦାର୍ଶନିକ ଓ ଶିକ୍ଷକ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମା ଷ୍ଟାଚ୍ୟୁ ଅଫ ୱାନନେସ ଉନ୍ମୋଚାନ କରାଯାଇଛି । ଆଚାର୍ଯ୍ୟ ଶଙ୍କର ସାଂସ୍କୃତିକ ଏକତା ନ୍ୟାସ ପକ୍ଷରୁ ଏହି ଅବସରରେ ଫିଲ୍ମ ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଶଙ୍କରାଚାର୍ଯ୍ୟ ଭାରତୀୟ ଇତିହାସର ଏକ ମହତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ । ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ କରିବା ମୋ ପାଇଁ ଗର୍ବର ବିଷୟ ବୋଲି ଆଶୁତୋଷ କହିଛନ୍ତି । ମନୋରଞ୍ଜନ ମାଧ୍ୟମରେ ଯୁବ ପିଢ଼ୀ ଓ ସାରା ବିଶ୍ୱକୁ ସନ୍ଦେଶ ଦେବା ଏହି ଫିଲ୍ମ ମାଧ୍ୟମରେ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.