Latest Odisha News

BREAKING NEWS

ରିଜର୍ଭ କନଷ୍ଟେବଳଙ୍କ ଝୁଲନ୍ତାଦେହ ଉଦ୍ଧାର

ଭୁବନେଶ୍ବର: ଢେଙ୍କାନାଳ ରିଜର୍ଭ ପୋଲିସରେ କାର୍ଯ୍ୟରତ କନଷ୍ଟେବଳଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଓଏସଏପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯବାନଙ୍କ ନାମ ଶଙ୍କର ପ୍ରଧାନ । ସେ ତାଙ୍କ ପରିବାର ସହ ଢେଙ୍କାନାଳ ଖମାର ସାହିର ଏକ ଭଡ଼ାଘରେ ରହୁଥିଲେ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣା ପଡ଼ିଛି ।

ସୂଚନାଥାଉକି, ଗତକାଲି ସେ  ପରିବାର ସହ ମିଶି ଖିଆପିଆ କରିଥିଲେ । ପରେ କୌଣସି କାରଣକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼‌ା ହୋଇଥିଲା । ଏହାପରେ ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। କେହି ଯେମିତି କୋଠରୀରୁ ବାହାରକୁ ନବାହାରି ପାରନ୍ତୁ ସେଥିପାଇଁ ଶଙ୍କର ପ୍ରଧାନ ବାହାରୁ କବାଟ ଦେଇ ରୋଷେଇ ଘରକୁ ଚାଲି ଯାଇଥିଲେ। ସେଠାରେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ ।

ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଟାଉନ ଥାନା ଏସଆଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.