ହାଇଦ୍ରାବାଦ: ହାଇଦ୍ରାବାଦର ଏକ ରୋଡରେ ଟ୍ରାଫିକ୍ ଜାମ୍ ଲାଗିଥିବା ବେଳେ ଆମ୍ବୁଲାନ୍ସ ପାଇଁ ରାସ୍ତା ଫାଙ୍କା କରିବାକୁ ଯାଇ ପାଖାପାଖି ୨ କିମି. ଯାଏଁ ଦୌଡିଛନ୍ତି ଟ୍ରାଫିକ୍ କନଷ୍ଟେବଳ ଜି ବାବଜି ।
ଏସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଏବିଡସ୍ ଜିପିଓ ଜଙ୍କସନ୍ ଓ ଆନ୍ଧ୍ରବ୍ୟାଙ୍କ କୋଟି ରାସ୍ତାରେ ଏକ ଆମ୍ବୁଲାନ୍ସ ଜାମରେ ଫସି ଯାଇଥିଲା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିପାରିଥିଲା ।
ଉକ୍ତ ଭିଡିଓରେ କନଷ୍ଟେବଳ ଜଣକ ଜିପିଓ ଜଙ୍କସନ୍ ରୁ ଆନ୍ଧ୍ରବ୍ୟାଙ୍କ କୋଟି ଆଡକୁ ଦୌଡୁଥିଲେ ଏବଂ ରାସ୍ତାରେ ଥିବା ଯାନବାହାନକୁ ସାଇଡ୍ କରିବା ପାଇଁ ଲୋକଙ୍କୁ ନିବେଦନ କରୁଥିଲେ । ଯାହା ଫଳରେ କି ଆମ୍ବୁଲାନ୍ସଟି ଶୀଘ୍ର ମେଡିକାଲରେ ପହଞ୍ଚିପାରିବ । ଏପରିକି ସେ ନିଜ କ୍ଷେତ୍ର ପରିଧିରୁ ଆଗକୁ ଚାଲିଯାଇଥିଲେ ।
ତେବେ ଉପସ୍ଥିତ ଥିବା ଲୋକମାନେ ଟ୍ରାଫିକ୍ ପୋଲିସର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ବାବଜି କହିଛନ୍ତି ଯେ “ମୋତେ ଜଣାନଥିଲା ଆମ୍ବୁଲାନ୍ସରେ କେଉଁ ରୋଗୀ ଅଛନ୍ତି ଓ ତାଙ୍କୁ କେଉଁ ହସ୍ପିଟାଲକୁ ନିଆ ଯାଉଛି । ହେଲେ ଆମ୍ବୁଲାନ୍ସ ଲାଗି ରାସ୍ତା କ୍ଲିୟର କରିପାରିଥିବାରୁ ମୋତେ ଖୁସି ଲାଗୁଛି ।
Comments are closed.