Latest Odisha News

BREAKING NEWS

ନୁରୀ ପାଇଁ ଫସିଗଲେ ରାହୁଲ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା ସୋନିଆଙ୍କୁ ଦେଇଥିବା କୁକୁର ଛୁଆକୁ ନେଇ ବିବାଦ। ଏହି ଛୁଆର ନାଁ ନୁରୀ ରଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ଏବେ ଅଦାଲତରେ ପହଞ୍ଚିଛି ।

ୟୁପିର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଏ ପ୍ରସଙ୍ଗକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଆଇଏମଆଇଏମର ମୁଖପାତ୍ର ମହମ୍ମଦ ଫରହାନ ନୁରୀ ନାଁ କୁ ନେଇ ଅଦାଲତ ଯାଇଛନ୍ତି।

ନୁରୀ ନାଁ ଯୋଗୁ ମୁସଲମାନ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ନୁରୀ ଶବ୍ଦ ମୁସଲିମ ଧର୍ମ ସହିତ ଜଡିତ ବୋଲି କୁହାଯାଇଛି। ମୁସଲମାନ ସମ୍ପ୍ରଦାୟର ପିଲାଙ୍କ ନାଁ ବି ନୁରୀ ରଖାଯାଏ।

ରାହୁଲଙ୍କୁ କୁକୁରର ନାଁ ପରିବର୍ତ୍ତନ କରିବା ସହ ଭୁଲ ମାଗିବାକୁ କହିଥିଲେ ମଧ୍ୟ ରାହୁଲ ଏହା କରି ନ ଥିବା ଫରହାନ କହିଛନ୍ତି। ଫରହାନଙ୍କ ଓକିଲଙ୍କ କହିବା ଅନୁଯାୟୀ ରାହୁଲ ଗାନ୍ଧୀ ଏଭଳି କରିବା ଦ୍ୱାରା ଏହି ସମ୍ପ୍ରଦାୟର ଶିଶୁ, ବରିଷ୍ଠ ମାନଙ୍କର ଅପମାନ ହୋଇଛି।

ଏପରିକି କୌଣସି ମୁସଲମାନ ପରିବାର ପଶୁଙ୍କ ନାଁ ନୁରୀ ରଖନ୍ତି ନାହିଁ। ଓକିଲଙ୍କ କହିବା ଅନୁଯାୟୀ କୋର୍ଟ ଫରହାନଙ୍କୁ ବୟାନ ରେକର୍ଡ ପାଇଁ ନଭେମ୍ବର ଆଠ ତାରିଖରେ ଡାକିଛନ୍ତି।

ଅଭିଯୋଗ ଗ୍ରହଣ ପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଡାକିପାରନ୍ତି ବୋଲି ଫରହାନଙ୍କ ଓକିଲ କହିଛନ୍ତି। ରାହୁଲ ଗାନ୍ଧୀ ଗୋଆ ଗସ୍ତରେ ଯାଇଥିବା ସମୟରେ ଗୋଟିଏ ପରିବାର ତାଙ୍କୁ ଏହି କୁକୁର ଛୁଆ ଦେଇଥିଲେ। ସେ ଏହି ଛୁଆକୁ ଦିଲ୍ଲୀ ଆଣିବା ସହ ମା ସୋନିଆଙ୍କୁ ଗିଫ୍ଟ କରିଥିବା ଭିଡିଓ ମାଧ୍ୟମରେ କହିଥିଲେ ରାହୁଲ।

ମୋଦି ସାଙ୍ଗିଆ ସମ୍ପର୍କୀତ ବିବାଦୀୟ ବୟାନ ପାଇଁ ଦଣ୍ଡାଦେଶ ଓ ସଦସ୍ୟ ପଦ ହରାଇ ଚର୍ଚ୍ଚାରେ ଥିବା ରାହୁଲ ଗାନ୍ଧୀ ଏବେ କୁକୁର ଛୁଆର ନାଁ କୁ ନେଇ ବିବାଦକୁ ଆସିଛନ୍ତି। ତେଣୁ ଏ ପ୍ରସଙ୍ଗ ଆଗକୁ କିଭଳି ରୂପ ନେଉଛି ଓ ରାହୁଲଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏହା କଣ ପ୍ରଭାବ ପକାଉଛି ତାକୁ ନେଇ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.