Latest Odisha News

BREAKING NEWS

ଯୁଦ୍ଧଠାରୁ ୧୫ ଗୁଣ ଅଧିକ ଭୟଙ୍କର ପ୍ରଦୂଷଣ: ବିଶ୍ୱ ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ନୂଆଦିଲ୍ଲୀ: ଦୁବାଇରେ COP28 ସମିଟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି । ଏହି ସମ୍ମେଳନର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ଏଥିରେ କୌଣସି ରାଜନୈତିକ ବା ସାମରିକ ଦିଗକୁ ନେଇ ଆଲୋଚନା ହୋଇ ନ ଥାଏ । ବରଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥାଏ । COP28ରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଥିବା ଜଣାଯାଇଛି ତାହା ହେଉଛି କେଉଁ ଦେଶ ସବୁଠାରୁ ଅଧିକ ପ୍ରଦୂଷଣ କରୁଛି ।

ଗୁରୁବାର ପ୍ରଥମ ଦିନ ବୈଠକରେ ଏକ ବଡ ଘୋଷଣା ହୋଇଥିଲା । ଏଥିରେ ଲସ ଆାଣ୍ଡ ଡ୍ୟାମେଜ ଫଣ୍ଡ ଉପରେ ଆଲୋଚନା ହୋଇଥିଲା । ଏହି ଫଣ୍ଡ ସେହି ଦେଶକୁ ଯୋଗାଇ ଦିଆଯିବ ଯେଉଁ ଦେଶରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବ ।

ଗ୍ଲୋବାଲ ଆଲାୟନ୍ସ ଅନ ହେଲଥ ଆଣ୍ଡ ପଲ୍ୟୁଶନ ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ଯେତେ ଯୁଦ୍ଧ ହୋଇ ଯାଇଛି ତା ଠାରୁ ୧୫ ଗୁଣ ଅଧିକ  ପ୍ରଭାବ ପକାଇଛି ପ୍ରଦୂଷଣ । ସେତିକି ନୁହେଁ, ଏଡ୍ସ, ଟିବି, ମ୍ୟାଲେରିଆ ପରି ରୋଗଠାରୁ ୩ ଗୁଣ ଅଧିକ ଭୟଙ୍କର ହେଉଛି ପ୍ରଦୁଷଣ । ପ୍ରଦୂଷିତ ଦେଶରେ ହେଉଥିବା ପ୍ରତି ୪ ମୃତ୍ୟୁରେ ଗୋଟିକର କାରଣ ହେଉଛି ପ୍ରଦୂଷଣ । ତେଣୁ ଏହା ଉପରେ ଚର୍ଚ୍ଚା ଏବଂ ନିଷ୍ପତ୍ତି ନେବା ଜରୁରୀ ହୋଇପଡିଛି ।

ପ୍ରଦୂଷଣରେ ଚୀନ ସବୁଠାରୁ ଆଗରେ । ଏହି ଦେଶ ଏକୁଟିଆ ଅନେକ ଦେଶଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ୨ ନମ୍ବରରେ ରହିଥିବା ଆମେରିକାର ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ମଧ୍ୟ ଏହାର ଅଧାରୁ କମ ରହିଛି । ଚୀନରୁ ପ୍ରତିବର୍ଷ ୧୩ ବିଲିୟନ ମେଟ୍ରିକ ଟନ କାର୍ବନ ଡାଇଅକ୍ସାଇଡ ସୃଷ୍ଟି ହୋଇଥାଏ । ୧୮୫୦ରୁ ବର୍ତ୍ତମାନ ସୁଦ୍ଧା ୩ ଶହ ବିଲିଅନ ଟନ ବିଷାକ୍ତ ଗ୍ୟାସ ନିର୍ଗମନ କରିଛି ।

ଆମେରିକାରେ ଯେହେତୁ ପ୍ରଥମେ ଶିଳ୍ପର ଆରମ୍ଭ ହୋଇଥିଲା ତେଣୁ ଏହାର ମୋଟ କାର୍ବନ ନିର୍ଗମନ ଚୀନଠାରୁ ଅଧିକ । ଥିଙ୍କ ଟ୍ୟାଙ୍କ ରୋଡିୟମ ଗ୍ରୁପର କହିବା ଅନୁଯାୟୀ, ଏକ ପ୍ରତିଶତ ଆମେରିକୀୟ ବର୍ଷରେ ପାଖାପାଖି ସାଢେ ୧୭ ଟନ ବିଷାକ୍ତ ଗ୍ୟାସ ନିର୍ଗମନ କରନ୍ତି । ଅନ୍ୟପକ୍ଷେ ଚୀନର ସମାନ ସଂଖ୍ୟକ ଲୋକ ୧୦ ଟନ ବିଷାକ୍ତ ଗ୍ୟାସ ନିର୍ଗମନ କରନ୍ତି । ତେଣୁ ଦେଖିବାକୁ ଗଲେ ଆମେରିକା ଏବଂ ଚୀନ ପାଇଁ ବିଶ୍ୱରେ ସବୁଠାରୁ ବେଶି ପ୍ରଦୂଷଣ ବ୍ୟାପୁଛି ଯାହା ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି । ଖାଲି ଧନୀ ରାଷ୍ଟ୍ର ନୁହେଁ, ଧନୀ ଲୋକମାନେ ହିଁ ଗ୍ରୀନହାଉସ ଗ୍ୟାସ ନିର୍ଗମନର କାରଣ ଅଟନ୍ତି ବୋଲି କୁହାଯାଇଛି ।

Leave A Reply

Your email address will not be published.