Latest Odisha News

BREAKING NEWS

ପୁଣି ଫେରୁଛି କରୋନା! ୯୭ ଦିନ ପରେ ସାମ୍ନାକୁ ଆସିଲା ୩୦୦ରୁ ଅଧିକ ନୂଆ ମାମଲା, ୩ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ପୁଣି ଫେରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ୯୭ ଦିନ ପରେ ୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହି ନୂଆ ମାମଲାକୁ ମିଶାଇଲେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢି ୨୬୮୬ରେ ପହଞ୍ଚିଛି । ମିଳିଥିବା ସୂଚନା ମୁତାବକ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଆଉ ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହାରାଷ୍ଟ୍ର ଓ ଜଣେ କେରଳର ଥିବାବେଳେ ଦେଶରେ ଏଯାଏଁ ମୋଟ ୪ କୋଟି ୪୬ ଲକ୍ଷ ୮୭ ହଜାର ୪୯୬ ଜଣ କରୋନା ସଂକ୍ରମିତ ହୋଇସାରିଛନ୍ତି ।

ଆଉ ଏମାନଙ୍କ ମଧ୍ୟରୁ ୪ କୋଟି ୪୧ ଲକ୍ଷ ୫୪ ହଜାର ୦୩୫ ଜଣ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୩୦ ହଜାର ୭୭୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଉଲ୍ଲେଖ ଥାଉ କି ଯଦି ଆମେ ଲଗାତାର କିଛି ଦିନର ମାମଲା ସଂଖ୍ୟାକୁ ଦେଖିବା ତେବେ ଏହା ବଢ଼ିଥିବାର ଜଣାପଡୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨ରେ ୨୮୩, ମାର୍ଚ୍ଚ ୧ରେ ୨୬୮ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଫେବୃଆରୀ ୨୮ରେ ୨୪୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ କୋଭିଡ ମାମଲା ପୁଣି ବଢ଼ିବାରେ ଲାଗିଛି।

Leave A Reply

Your email address will not be published.