Latest Odisha News

BREAKING NEWS

ଯାହା ପ୍ରେମରେ ପଡ଼ି ଫେରାର ହେଲେ ପତ୍ନୀ, ତାଙ୍କ ସ୍ତ୍ରୀକୁ ବାହା ହେଲେ ସ୍ୱାମୀ

ପାଟନା : ବିହାରର ଖାଗାରିଆ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ପର ସ୍ୱାମୀ ପ୍ରେମରେ ପଡ଼ି ଫେରାର ହୋଇଗଲେ ସ୍ତ୍ରୀ । ସ୍ତ୍ରୀର ଏଭଳି କାଣ୍ଡ ଦେଖି ସ୍ୱାମୀ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ବିବାହ କରିଛନ୍ତି । ସବୁଠୁ କୌତୁହଳ ବିଷୟ ହେଉଛି ୨ ମହିଳାଙ୍କ ନାମ ହେଉଛି ରୁବୀ ଦେବୀ । ଏହି ୨ ମହିଳା ପରସ୍ପର ସ୍ୱାମୀଙ୍କ ପ୍ରେମରେ ପଡ଼ିଥିଲେ ।

ସୂଚନା ଅନୁଯାୟୀ, ନୀରଜ ନାମଙ୍କ ଜଣେ ବ୍ୟକ୍ତି ୨୦୦୯ରେ ରୁବୀ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ । ବାହାଘରର କିଛି ବର୍ଷ ସବୁ କିଛି ଠିକ୍‌ ଚାଲିଥିଲା । ପରେ ରୁବୀଙ୍କର ମୁକେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା । ପରେ ସେ ୨୦୨୨ ଫେବୃଆରୀରେ ମୁକେଶଙ୍କୁ ବିବାହ କରିଥିଲେ । ନୀରଜ ଏବଂ ରୁବୀଙ୍କର ୪ଟି ପିଲା ମଧ୍ୟ ଅଛନ୍ତି ।

ମୁକେଶଙ୍କ ସହ ରୁବୀଙ୍କ ବିବାହ ପରେ ନୀରଜ ମୁକେଶ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ମୁକେଣ ଓ ରୁବୀଙ୍କ ମଧ୍ୟରେ ଥିବା ସମ୍ପର୍କର ସମାଧାନ କରିବାକୁ ଗ୍ରାମ ପଞ୍ଚାୟତ ବସିଥିଲା। ହେଲେ ପଞ୍ଚାୟତ ନିଷ୍ପତ୍ତିକୁ ମୁକେଶ ନମାନି ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ମୁକେଶ ରୁବୀଙ୍କ ବାପଘର ପାଖରେ ରହୁଥିଲେ ସେଠାରେ ରୁବୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି । ନୀରଜଙ୍କ ପରି ମୁକେଶ ମଧ୍ୟ ବିବାହିତ ତାଙ୍କର ମଧ୍ୟ ଦୁଇଟି ପିଲା ରହିଛନ୍ତି । ଆଉ ମୁକେଶଙ୍କ ପତ୍ନୀଙ୍କ ନାଁ ମଧ୍ୟ ରୁବୀ ଦେବୀ । ନୀରଜ ଏମାନଙ୍କ ସମ୍ପର୍କକୁ ନେଇ ଉତ୍‌କ୍ଷିପ୍ତ ହୋଇଯାଇଥିଲେ  । ଏହାର ପ୍ରତିଶୋଧ ନେବା ପାଇଁ ମୁକେଶଙ୍କ ପତ୍ନୀ ରୁବୀଙ୍କୁ କଲ୍‌ କରି ନିଜ ପ୍ରେମ ଜାଲରେ ଫସାଇଥିଲେ  । ପରେ ଗତ ଫେବୃଆରୀ ୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ନୀରଜ ମୁକେଶଙ୍କ ସନ୍ତାନଙ୍କୁ ଆପଣେଇ ନେବା ଉଭୟ ସ୍ୱାମୀ ସ୍ତ୍ରୀ ଗାଁରେ ରହୁଥିବା ବେଳେ ମୁକେଶ ନୀରଜଙ୍କ ପୂର୍ବତନ ପତ୍ନୀଙ୍କ ସହ ବାହାରେ ରହୁଛନ୍ତି  । ବର୍ତ୍ତମାନ ନୀରଜଙ୍କ ପୂର୍ବତନ ପତ୍ନୀ ରୁବୀ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.