Latest Odisha News

BREAKING NEWS

ଦେଶରେ କୋଭିଡ୍ ସଂକ୍ରମଣ ମାମଲା ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ୩ ମାସର ବ୍ୟବଧ୍ୟାନ ପରେ ଦେଶରେ ପୁଣି କୋଭିଡ୍ କାୟା ମେଲାଇଲାଣି । ଗତ ୨୪ ଘଣ୍ଟାରେ ଦେଶରେ  ହଜାର ୭ ହଜାର ୫୮୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଅଧିକ ୪.୮ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଦେଶରେ ୪ କୋଟି ୩୨ ଲକ୍ଷ ୫ ହଜାର ୧୦୬ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଦେଶରେ ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ର ଓ କେରଳରୁ ଚିବ୍ନଟ ହେଉଛନ୍ତି ।

ସଂକ୍ରମଣରେ ଶୀର୍ଷରେ ଥିବା ୫ ରାଜ୍ୟ ମଧ୍ୟରୁ ଦିନକରେ ମହାରାଷ୍ଟ୍ରରୁ ୨୮୧୩ଟି ମାମଲା ଆସିଥିବା ବେଳେ କେରଳରୁ ୨୧୯୩, ଦିଲ୍ଲୀରୁ ୬୨୨, କର୍ଣ୍ଣାଟକରୁ ୪୭୧ ଓ ହରିୟାଣାରୁ ୩୪୮ ଜଣ ଆକ୍ରାନ୍ତ ଅଛନ୍ତି । ଦିନକରେ ଦେଶରେ ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୫ ପ୍ରତିଶତ ମାମଲା ଏହି ୫ ରାଜ୍ୟର । ଯେତେବେଳେ କି ଏକାକୀ ମହାରାଷ୍ଟ୍ରରୁ ୩୭.୦୯ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେବଳ ଦେଶରେ ସଂକ୍ରମଣ ମାମଲା ବଢ଼ିଛି ତା ନୁହେଁ । ସଂକ୍ରମଣ ମାମଲା ସହ ଦେଶରେ କୋଭିଡ୍ ମୃତ୍ୟୁ ମାମଲା ମଧ୍ୟ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ କରୋନାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ଦିନକ ତଳେ କୋଭିଡରେ ୮ ଜଣ ପ୍ରାଣ ହରାଇଥିଲେ । କରୋନାରେ ଏଯାଏ ଦେଶରେ ୫ ଲକ୍ଷ ୨୪ ହଜାର ୭୪୭ ଜଣ ପ୍ରାଣ ହରାଇଲେଣି ।

Leave A Reply

Your email address will not be published.