Latest Odisha News

BREAKING NEWS

କରୋନା ମୁକ୍ତ ରହୁ ହସ୍ପିଟାଲ: ସିଏମ୍‌ସି

କଟକ: କଟକରେ ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଭଳି ବଡ ବଡ ହସ୍ପିଟାଲରେ କରୋନା ଭୂତାଣୁ ବ୍ୟାପିବା ପରେ ସିଏମ୍‌ସିର ବଢ଼ିଛି ଚିନ୍ତା । ଆଜି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ, ବର୍ତ୍ତମାନ କଟକର ବିିଭିନ୍ନ ହସ୍ପିଟାଲକୁ କିଭଳି ଭୂତାଣୁ ମୁକ୍ତ ରଖାଯିବ ସେ ଦିଗରେ ପଦକ୍ଷେପ ନିଆଯାଉଛି ।

ଡାକ୍ତରଖାନାକୁ ରୋଗୀ ଆସିଲେ ପ୍ରଥମେ ସ୍କ୍ରିନିଂ କରାଯାଉଛି । ଓପିଡି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରତି ବିଭାଗରେ ରୋଗୀଙ୍କ ସ୍କ୍ରିନିଂ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଡାକ୍ତରଖାନା ଭିତର ଓ ବାହାର ସାନିଟାଇଜ କରଯାଉଛି । ଘରୋଇ ଡାକ୍ତରଖାନା ପାଇଁ ଗାଇଡଲାଇ୍‌ନ୍ ମଧ୍ୟ ଦିଆଯାଇଛି ବୋଲି ସିଏମ୍‌ସି କମିଶନର ସ୍ପଷ୍ଟ କରିଛନ୍ତିି ।

ବାହାଘର, ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରିଛି ସିଏମ୍‌ସି । ଏପରି କାର୍ଯ୍ୟକ୍ରମରେ ଲୋକେ ନିୟମ ମାନି ସାମାଜିକ ଦୂରତା ରଖନ୍ତୁ ବୋଲି କଟକବାସୀଙ୍କୁ କମିଶନର ଅନୁରୋଧ କରିଛନ୍ତି । ବର୍ତ୍ତମାନ କଟକର ବସ୍ତି ଅଂଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି। ଯେଉଁମାନଙ୍କ ଠାରେ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ ଦେଖାଯାଉଛି ତୁରନ୍ତ ସେମାନଙ୍କ ଟେଷ୍ଟ କରାଯାଉଛି ।

କଟକ ସହରର ବିଭିନ୍ନ ମାର୍କେଟ ଉପରେ ମଧ୍ୟ ନଜର ରଖାଯାଇଛି । ଗହଳି ସ୍ଥାନରୁ ଲୋକଙ୍କୁ ଦୂରରେ ରହିବା ପାଇଁ ପରାମର୍ଶ ଦେବା ସହ ପ୍ରତିଦିନ ସଉଦା କିଣିବା ପାଇଁ ବଡବଡ ମାର୍କେଟକୁ ଯାଆନ୍ତୁ ନାହିଁ ବୋଲି ଆଜି ସିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.