Latest Odisha News

BREAKING NEWS

ପୂର୍ବତନ କ୍ରିକେଟର ଚେତନ ଚୌହ୍ୱାନ କରୋନା ପଜିଟିଭ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଚେତନ ଚୌହ୍ୱାନ କରୋନା ପଜିଟିଭ ଥିବା ଜଣାପଡିଛି । ଆକାଶ ଚୋପ୍ରା ଓ ଆରପି ସିଂ ଟୁଇଟ କରି ଚୌହ୍ୱାନ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ତାଙ୍କୁ ଏହା ପରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପିଜିଆଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ସୁସ୍ଥ ଅଛନ୍ତି । ଚେତନ ଚୌହ୍ୱାନ ଏବେ ବିଜେପି ବିଧାୟକ ଅଛନ୍ତି ।

ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟରେ ସେ ମନ୍ତ୍ରୀ ମଧ୍ୟ ଅଛନ୍ତି । କ୍ରିକେଟ ଏବଂ ରାଜନୀତି ମହଲରେ ଅନେକ ପ୍ରମୁଖ ବ୍ୟକ୍ତି ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ୧୯୬୯ରୁ ୧୯୭୮ ମଧ୍ୟରେ ସେ ୪୦ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳି ୩୧.୫୪ ଆଭରେଜରେ ୨୦୮୪ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.