ନୂଆଦିଲ୍ଲୀ: ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ସରିବାର ଗୋଟିଏ ଦିନ ପୂର୍ବରୁ ତଥା ସୋମବାର ଦିନ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ ନିଜନିଜର ଅଫିସକୁ ଯିବା ଆରମ୍ଭ କରିଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କୋଭିଡ-୧୯ ଲକଡାଉନ ବେଳେ ଘରୁ କାର୍ଯ୍ୟ କରୁଥିବା ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଲକଡାଉନ ସରିବାର ଗୋଟିଏ ଦିନ ପୂର୍ବରୁ ଅଫିସକୁ ଯାଇ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ସୋମବାର ଦିନ ନୂଆଦିଲ୍ଲୀରେ ଥିବା ସାଇର ମୁଖ୍ୟାଳୟ ପରିଦର୍ଶନରେ ଯାଇ ମାସ୍କ ଓ ସାନିଟାଇଜରେ ହାତକୁ ପରିଷ୍କାର କରି ଅଫିସ ମଧ୍ୟରେ ପ୍ରବେଶ କରିଥିଲେ।
ଏହାପୂର୍ବରୁ ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ମନ୍ତ୍ରୀ ଏବଂ ଯୁଗ୍ମ ସଚିବ ସ୍ତରର ଅଧିକାରୀ ତଥା ଏକ ତୃତୀୟାଂଶ ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ନେଇ ସୋମବାର ଠାରୁ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ।
Comments are closed.