Latest Odisha News

BREAKING NEWS

ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ମଦ କମ୍ପାନୀ । ଲକ୍‌ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେଣୁ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି ମଦ ବ୍ୟବସାୟୀ । ଯେଉଁ ସ୍ଥାନରେ କରୋନା ବ୍ୟାପି ନାହିଁ ସେହି ସ୍ଥାନରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ ଅନୁମତି ଦିଆଯାଉ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଇଣ୍ଟରନ୍ୟାସନାଲ ସ୍ପିରିଟ ଏବଂ ୱାଇନ ଆସୋସିଏସ୍ ଅଫ୍ ଇଣ୍ଡିଆ ଏବଂ ଆଲ୍‌କୋହଲିକ ବେଭରଜ କମ୍ପାନୀ ପ୍ରସ୍ତାବ ଦେଇଛନ୍ତି ।
ଏଥିସହ ପ୍ରତି ମଦ ଦୋକନାକୁ ୩ରୁ ୪ଟି ପାସ୍ ଦେବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି । ମଦର ହୋମ ଡେଲିଭରୀ ବେଳେ ଗ୍ରାହକଙ୍କ ପରିଚୟ ପତ୍ର ଦେଖାଇବାକୁ ଅନିର୍ବାର‌୍ୟ୍ୟ କରାଯାଉ। ଏଥିସହ ମଦ ଡେଲିଭରୀ ବେଳେ ଆବଶ୍ୟକ ନିୟମ ମାନିବାକୁ ରାଜି ବୋଲି ଓଝଡଇଓ ଏବଂ ଉଓଇଈଉ କହିଛି ।
ଫୁଡ୍ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଖାଦ୍ୟ ଏବଂ ଆଲକହଲ ଜରୁରୀ ସାମଗ୍ରୀ। ତେଣୁ ଲକଡାଉନ ସମୟରେ ଏହାକୁ ଜରୁରୀ ସାମଗ୍ରୀରେ ସାମିଲ୍ କରାଯାଉ ବୋଲି ଓଝଡଇଓର ଅଧ୍ୟକ୍ଷ ଅମୃତ କିରଣ ସିଂହ କହିଛନ୍ତି।

Leave A Reply

Your email address will not be published.