Latest Odisha News

BREAKING NEWS

ବାହୁଡା ଯାତ୍ରାରେ ସାମିଲ ହେବେ କରୋନା ନେଗେଟିଭ ସେବାୟତ

ପୁରୀ: ସରିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଆଗକୁ ଆସୁଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଏଥିରେ ନେଗେଟିଭ ଚିହ୍ନଟ ସେବାୟତଙ୍କୁ ହିଁ ବାହୁଡା ଯାତ୍ରାରେ ସାମିଲ ହେବା ନେଇ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।

ସେବାୟତଙ୍କ  ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଦୁଇଟି ମେଡିକାଲ କ୍ୟାମ୍ପ କରାଯିବ, ଯେଉଁଥିରେ ସବୁ ବିଭାଗର ଡାକ୍ତର ରହିବେ ବୋଲି ସୂଚନ ମିଳିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡମୁକ୍ତ ରଥଯାତ୍ରା ଆୟୋଜନ ଲାଗି ସବୁ ପ୍ରକାର ଚେଷ୍ଟା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ସହରର ବଡ଼ଦାଣ୍ଡ ସହ ଆଖପାଖ ଗଳି ମଧ୍ୟ ସାନିଟାଇଜ୍ କରାଯିବ । ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

Leave A Reply

Your email address will not be published.