Latest Odisha News

BREAKING NEWS

ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଖୋଲା

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି ୬୧୭.୪୧ ଫୁଟ । ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୯୯ ହଜାର କ୍ୟୁସେକ୍ ବନ୍ୟା ଜଳ । ସେହିପରି ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ୫୦୪ କ୍ୟୁସେକ୍ ପାଣି ।

ଉପରମୁଣ୍ଡରେ ବର୍ଷା ଫଳରେ ଫୁଲିଛି ମହାନଦୀ । ହୀରାକୁଦ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି ହୀରାକୁଦ ଡ୍ୟାମର ଗେଟ୍ ଖୋଲିଥିଲା । ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ୱର ସ୍ଲୁଇସ ଗେଟ୍ ଦେଇ ଛଡ଼ା ଯାଇଥିଲା ଚଳିତବର୍ଷର ପ୍ରଥମ ବନ୍ୟା ପାଣି । ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟଗୁଡ଼ିକୁ ଖୋଲାଯାଇଛି । ଆଗକୁ ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନେବେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ।

Leave A Reply

Your email address will not be published.