Latest Odisha News

BREAKING NEWS

କାହିଁକି ଆତ୍ମହତ୍ୟା କଲେ ଟିକଟକ୍ ଷ୍ଟାର ସିୟା କକ୍କର ?

ନୂଆଦିଲ୍ଲୀ : ଟିକ୍ ଟକ୍ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । । ମାତ୍ର ୧୬ ବର୍ଷ ବୟସରେ ସିୟା କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିପାରିନାହିଁ । ଏହି ଖବର ପ୍ରସାରିତ ହେବା ପରେ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ସେ ସିଙ୍ଗର ନେହା କକ୍କରଙ୍କ ସମ୍ପର୍କୀୟ ବୋଲି ଲେଖିଛନ୍ତି । କିନ୍ତୁ ସିୟା ଓ ନେହା ସମ୍ପର୍କୀୟ ନୁହଁନ୍ତି ବୋଲି ଜଣାପଡିଛି ।

ସିୟାକୁ ଫ୍ୟାନମାନେ ଟିକ୍ ଟକ୍ କୁଇନ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କର ଟିକଟକ୍ ରେ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ ଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ଶେଷ ନୃତ୍ୟ ଭିଡିଓ ୬ ଦିନ ପୂର୍ବରୁ ପୋଷ୍ଟ ହୋଇଥିଲା । ପୁଣି ସେହି ସମାନ ଭିଡିଓକୁ ସେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅପଲୋଡ କରିଥିଲେ ।

ସିୟା ବୁଧବାର ରାତିରେ ତାଙ୍କ ନୃତ୍ୟ ଭିଡିଓ ସମ୍ପର୍କରେ ମ୍ୟାନେଜରଙ୍କ ସହ କଥାବାର୍ତ୍ତା ହୋଇଥିଲେ । କଥାବାର୍ତ୍ତା ବେଳେ ସିୟାଙ୍କ ମନ ଖୁସି ଥିବା ସେ କହିଛନ୍ତି । କିନ୍ତୁ ଏହା ପରେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ମ୍ୟାନେଜର ଦ୍ୱନ୍ଦ୍ୱରେ ପଡିଛନ୍ତି ।
ସିୟା ତାଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ଗତକାଲି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.