Latest Odisha News

BREAKING NEWS

ଏମ୍‌କେସିଜି, ବୁର୍ଲା ଓ ଆଇଜିଏଚ୍‌ରେ ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ତିନିଟି ହସପିଟାଲରେ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ଆଣ୍ଡ ହସପିଟାଲ, ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲ ଏବଂ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ କରୋନା ପରୀକ୍ଷା କରାଯିବ ।
ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ଯେ, ଏପ୍ରିଲ ୧୨ ସୁଦ୍ଧା ଏମକେସିଜି, ୍‌ଏପ୍ରିଲ ୧୫ ସୁଦ୍ଧା ଭିମସାର ଏବଂ ଏପ୍ରିଲ ୧୭ ସୁଦ୍ଧା ଆଇଜିଏଚରେ କୋଭିଡ-୧୯ ଟେଷ୍ଟ ବ୍ୟବସ୍ଥା ହୋଇଯିବ । ରାଜ୍ୟରେ ଆସନ୍ତା ୫ ଦିନ ଭିତରେ ଦିନକୁ ୧୦୦୦ ପରୀକ୍ଷା ବ୍ୟବସ୍ଥା କରିବାକୁ ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ରାଜ୍ୟରେ ଏମ୍ସ, ଏସସିବି ଏବଂ ଆରଏମଆରସିରେ କରୋନା ପରୀକ୍ଷା କରାଯାଉଛି ।

Leave A Reply

Your email address will not be published.