Latest Odisha News

BREAKING NEWS

କଙ୍ଗନାଙ୍କ ସମର୍ଥନରେ ସୁରଟରେ ମଣିକର୍ଣ୍ଣିକା ଶାଢ଼ୀ

ମୁମ୍ବାଇ: ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରୁଥିବା ବେଳେ ଦେଶରେ ଅନ୍ୟ ସ୍ଥାନରେ ସମର୍ଥନର ସୂଅ ଛୁଟିବାରେ ଲାଗିଛି । ସୁରଟରେ ପୁରୁଷୋତମ ଝୁନଝୁନୱାଲା ନାମକ ଜଣେ କପଡା ବ୍ୟବସାୟୀ କଙ୍ଗନା ଶାଢ଼ୀ ବାହାର କରିଛନ୍ତି । ଏଥିରେ ମଣିକର୍ଣ୍ଣିକା ପୋଷ୍ଟର ବ୍ୟବହାର କରାଯାଇଥିବା ବେଳେ ସପର୍ଟ କଙ୍ଗନା ରାନାୱତ ଲେଖାଯାଇଛି ।

ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଏବଂ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଏକୁଟିଆ ଲଢ଼ୁଛନ୍ତି । ଏଥିରେ ଉଦ୍ଧବ ଠାକରେ ସରକାର ତାଙ୍କୁ ସହଯୋଗ କରିବା ବଦଳରେ ତାଙ୍କ ଅଫିସ ଭାଙ୍ଗୁଛି । ଏ ଭଳି ପରିସ୍ଥିତିରେ କଙ୍ଗନାଙ୍କୁ ଆମେ ସମର୍ଥନ କରୁଛୁ ବୋଲି ଝୁନଝୁନୱାଲ କହିଛନ୍ତି । ଏହି ଶାଢ଼ୀର ଚାହିଦା ବଢ଼ୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.