Latest Odisha News

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର ଅଭିଯୋଗ ପରେ ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ଇଡି ଅଫିସ୍ ଯାଇ ନିଜ ଷ୍ଟେଟମେଣ୍ଟ ରୁଜୁ କରିଛନ୍ତି।

ରିୟା ସୋସିଆଲ ମିଡିଆରେ ନିଜ ସଫେଇ ରଖିଛନ୍ତି । ସେ ନିଜ ଡାଏରୀର ଏକ ପେଜ୍ ସେୟାର କରିଛନ୍ତି । ସେ ଦାବି କରିଛନ୍ତି ଯେ, ଏହି ଡାଏରୀରେ ସୁଶାନ୍ତଙ୍କ ଦ୍ବାରା କିଛି କଥା ଲେଖା ଯାଇଥିଲା। ରିୟା ଏହା ମଧ୍ୟ ଦାବି କରିଥିଲେ ଯେ ସୁଶାନ୍ତଙ୍କ ଚିହ୍ନ ଏବଂ ସମ୍ପତ୍ତି ନାଁରେ ତାଙ୍କ ପାଖରେ କେବଳ ଏହି ଡାଏରୀ ରହିଛି ଯେଉଁଥିରେ ସୁଶାନ୍ତ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ଲେଖିଥିଲେ।

ରିୟା କହିଛନ୍ତି ଯେ ଏହି ଡାଏରୀରେ ସୁଶାନ୍ତଙ୍କ ହାଣ୍ଡରାଇଟିଂ ରହିଛି। ଯଦି ଆପଣ ଏହି ଡାଏରୀର ଫଟୋ ଦେଖିଲେ ଜାଣି ପାରିବେ ଯେ ଲେଖିଥିବା ଲୋକ ନିଜ ଜୀବନ ପାଇଁ କୃତଜ୍ଞ ଅଟେ। ଏହା ସହିତ ଲିଲ୍ଲୁ,ବେବୁ,ସର,ମ୍ୟାମ୍ ଏବଂ ଫଜକୁ ପାଇ ମଧ୍ୟ କୃତଜ୍ଞ ଅଛନ୍ତି। ଏହା ସୁଶାନ୍ତଙ୍କ ହାଣ୍ଡ ରାଇଟିଂ। ରିୟା ନିଜ ଓକିଲ ଜରିଆରେ ନିଜ ଡାଏରୀର ପେଜ ସେୟାର କରିଛନ୍ତି। ଏହା ସହିତ ରିୟା ଏହା ମଧ୍ୟ କହିଛନ୍ତି ଯେ ଏହି ଡାଏରୀ ବ୍ୟତୀତ ତାଙ୍କ ପାଖରେ ସୁଶାନ୍ତଙ୍କ ଆଉ କିଛି ନାହିଁ । ସେ ତାଙ୍କ ଟଙ୍କା ନେଇ ନାହାନ୍ତି ବୋଲି ରିୟା କହିଛନ୍ତି ।

Leave A Reply

Your email address will not be published.