Latest Odisha News

BREAKING NEWS

ଟଳିଲା କରୋନା ଭୟ: ଭିମସାରର ୨ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ସମ୍ବଲପୁର: କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭିମସାରରେ ଭର୍ତ୍ତି ହୋଇଥିବା ଦ୍ୱିତୀୟ କରୋନା ସନ୍ଦିଗ୍ଧ ଯୁବକ ଜଣ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିର ହୋଇଥିବା ଜଣାପଡିଛି । ଯୁବକଙ୍କ ଉଭୟ କରୋନା ଓ ଇନଫ୍ଲୁଏଞ୍ଜା ରିପୋର୍ଟ ନେଗେଟିଭ ରହିଥିବା ଜଣାପଡିଛି । ବିଦେଶରୁ ଫେରିବାର ୫ ଦିନ ପରେ ସେ ଗତ ବୁଧବାର ଦିନ ଭିମସାରରେ ଭର୍ତ୍ତି ହୋଇଥିଲେ ।

ସେହିଭଳି ଫେବୃଆରୀ ୨୬ ତାରିଖରେ କରୋନା ସଂକ୍ରମଣ ଆଶଙ୍କାରେ ଭିମସାରରେ ଭର୍ତ୍ତି ହୋଇଥିବା ସୁନ୍ଦରଗଡ ଯୁବକଙ୍କ ରକ୍ତ ନମୂନା ମଧ୍ୟ ନେଗେଟିଭ ଆସିଛି । ତାଙ୍କ ରକ୍ତ ନମୂନାକୁ କୋଲକାତା ପଠାଯାଇଥିଲା ଓ ତା’ପରେ ପୁଣି ଥରେ ଭୁବନେଶ୍ୱର ସ୍ଥିତ ଆଂଚଳିକ ମେଡିକାଲ ରିସର୍ଚ୍ଚକୁ ପଠାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି । ଏହି ଯୁବକ ଜଣକ ଦକ୍ଷିଣ କୋରିଆରୁ ଫେରିଥିଲେ ।

Leave A Reply

Your email address will not be published.