Latest Odisha News

BREAKING NEWS

୧୮ ଜଣ ମହିଳାଙ୍କୁ ମିଳିଲା ‘ଆରୟା ପୁରସ୍କାର’

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ଆରୟା ପୁରସ୍କାର ଉତ୍ସବର ଅଷ୍ଟମ ସଂସ୍କରଣ ଭୁବନେଶ୍ୱରରେ ପାଳିତ ହୋଇଛି । ଏହି ଅବସରରେ ୧୮ ଜଣ ମହିଳାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି ।

ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ ଓ ଭୁବନେଶ୍ୱର (ଉତର) ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଉପସ୍ଥିତିରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ପୁରସ୍କାର ଉତ୍ସବକୁ ଉଦଘାଟନ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୮ ଜଣ ମହିଳାଙ୍କୁ ଏହି ଗୌରବାନ୍ୱିତ ସମ୍ମାନରେ ସମ୍ମାନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ରାଜ୍ କମଲ ଚୈାହାନଙ୍କୁ (ଆଜୀବନ ସଫଳତା ପୁରସ୍କାର), ଶିକ୍ଷା କ୍ଷେତ୍ରରେ ଡା. ଶିଳ୍ପୀ ସାହୁ, ସମାଜସେବା କ୍ଷେତ୍ରରେ ମାନସୀ ଶତଥୀ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡକ୍ଟର ରଞ୍ଜୀତା ଘଡେଇ, କଳା-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ତରାବ ଖାନ୍ ଓ ବବିତା ମେହେର, ମନୋରଞ୍ଜନ କ୍ଷେତ୍ରରେ ପୁନମ୍ ଦାସ , ଗଣମାଧ୍ୟମ କ୍ଷେତ୍ରରେ ଅରୁନ୍ଧତୀ ମଲ୍ଲୀକ ଓ ଆର୍‌ଜେ ସ୍ମୀତା ପାଣିଗ୍ରାହୀ, ଉଦ୍ୟୋଗ କ୍ଷେତ୍ରରେ ମନସ୍ମୀତା ପାତ୍ର, ଏନଆରଓ କ୍ଷେତ୍ରରେ ଡକ୍ଟର ରଞ୍ଜିତା ସାହୁ, ସୁସ୍ଥତା ଓ ଫିଟନେସ୍‌, ସୌନ୍ଦର୍ଯ୍ୟ କ୍ଷେତ୍ରରେ ଡା. ଧୃତୀ ବଳ ଓ ସୂନନ୍ଦା ମାଥୁର୍‌, ଇକୋ ଟୁରିଜିମ୍ କ୍ଷେତ୍ରରେ ଅଂଶୁପ୍ରଜ୍ଞା ଦାସ, କ୍ରୀଡା କ୍ଷେତ୍ରରେ ସୁଦିପ୍ତା ନନ୍ଦ ଏବଂ ସ୍ୱତନ୍ତ୍ର ବିଭାଗରେ ସୁଲତା ଦେଓ, ଫଟୋଗ୍ରାଫୀ କ୍ଷେତ୍ରରେ ପଞ୍ଚମୀ ମାନୋ ଉକିଲ୍‌, ନୃତ୍ୟ କ୍ଷେତ୍ରରେ କସ୍ତୁରୀ ପଟ୍ଟନାୟକ ।

ଭାରତୀୟ କଳା ଓ ସଂସ୍କୃତିକୁ ସୁଦୂର ପ୍ରସାରୀ କରିବା ଏବଂ ଓଡିଶା ଓ ନୂଆଦିଲ୍ଲୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିବାସିନ୍ଦା ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଥାଏ ପରିଚୟ ଫାଉଣ୍ଡେସନ ।

“ମୁଁ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିବାଦନ ଜଣାଉଛି ଏବଂ ସମସ୍ତଙ୍କୁ ମହିଳା ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ସମାଜ ଲାଗି ପରିଚୟ ଫାଉଣ୍ଡେସନ ପକ୍ଷରୁ ଉତ୍ତମ କାର୍ଯ୍ୟ କରାଯାଉଛି । ଏହାର ଏକ ଅଂଶବିଶେଷ ହୋଇପାରିଥିବାରୁ ମୁଁ ଖୁବ୍ ଗର୍ବିତ” ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.