Latest Odisha News

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ସରକାରଙ୍କୁ କରୋନା ମୁକାବିଲା ନେଇ ଚିନ୍ତା ଘାରିଛି । କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ କରୋନା ଭାଇରସ ସହିତ ଜଡିତ ସୂଚନା ସଂପର୍କରେ ଅବଗତ ହେବେ ଓ ଏହି ଘାତକ ରୋଗର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜରୁରୀ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ।

ସୂଚନାଯୋଗ୍ୟ, ସାରା ବିଶ୍ୱର ୯୩ଟି ଦେଶକୁ କରୋନା ବ୍ୟାପିଲାଣି । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ଏନେଇ ପୁଣି ଡବ୍ଲୁଏଚଓ ଚେତାବନୀ ଦେଇଛି ।

Leave A Reply

Your email address will not be published.