ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ଘୋଷଣା କରିଛନ୍ତି। ମୁନ୍ନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ସମ୍ପର୍କରେ ।
ମୁନ୍ନା ଖାଁ:- ଅଭିନେତାରୁ ନେତା ସାଜିଥିବା ମୁନ୍ନା ଖାଁ ବିଜେଡିର ସଂଖ୍ୟାଲଘୁ ନେତା ଭାବେ ବେଶ୍ ପରିଚିତ । ଏବେ ସେ ବିଜେଡିର ସଂଖ୍ୟାଲଘୁ ବ୍ୟାପାର ପରାମର୍ଶଦାତା ଅଛନ୍ତି । ଏଥିସହ ସେ ସମାଜସେବୀ ଭାବେ ମଧ୍ୟ ବେଶ ଜଣାଶୁଣା । ଏହା ପୂର୍ବରୁ ସେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ଥିଲେ।
ସୁବାସ ସିଂ:- ବିଜେଡିର ଜଣାଶୁଣା ନେତା ସୁବାସ ସିଂ । ସେ ହେଉଛନ୍ତି ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦର ଚେୟାରମ୍ୟାନ୍ । ତେବେ ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା କରିବା ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ସାରିଛନ୍ତି । ସେ ପୂର୍ବରୁ ବିଜୁ ଶ୍ରମିକ ସଂଗଠନର ନେତୃତ୍ୱ ନେଉଥିଲେ ।
ସୁଜିତ କୁମାର:- ଅଭିଭକ୍ତ କଳାହାଣ୍ଡି ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନିକ ଦାୟିତ୍ୱ ତୁଲାଉଛନ୍ତି ସୁଜିତ କୁମାର । ସେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଅଛନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍ବିଏ କରିଛନ୍ତି । ଏଥିସହ ହାୱର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡ୍ମିନିଷ୍ଟ୍ରେସନରେ ସ୍ନାତକୋତ୍ତର କରିଛନ୍ତି ।
ମମତା ମହନ୍ତ:-ମୟୁରଭଂଜ ଜିଲ୍ଲା ମହିଳା ସଂଗଠନର ସଦସ୍ୟା ମମତା ମହନ୍ତ । ଜିଲ୍ଲାରେ ମହିଳା ସ୍ୱଂୟ ସାହାୟିକା ଗୋଷ୍ଠୀର ସେ ନେତୃତ୍ୱ ନେଉଛନ୍ତି । ମୟୁରଭଂଜ ଭଳି ଆଦିବାସୀ ଜିଲ୍ଲାର ମହିଳାଙ୍କ ସଶକ୍ତିକରଣ ପାଇଁ ଦୀର୍ଘ ଦିନ ହେବ କାମ କରୁଛନ୍ତି ମମତା । ସେଲ୍ଫ ହେଲ୍ପ ଗ୍ରୁପ ସ୍ଥାପନ ଓ ସଫଳ ପରିଚାଳନାରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି ।
BREAKING NEWS
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ
- India’s Ambassador To Nepal:ସୁଧାକର ଦଲେଲା କିଏ? ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ
- କଂଗ୍ରେସ ମହାରାଲି ପାଇଁ ଗ୍ରୀନ୍ ସିଗନାଲ୍: ମିଳିଲା NOC, କମ୍ପିବ ରାମଲୀଳା ମଇଦାନ
- RG Kar Case: ସନ୍ଦୀପ ଘୋଷଙ୍କ ଜାମିନକୁ ନେଇ ତେଜିଲା ରାଜନୈତିକ ହଇଚଇ, CBI ଭୂମିକା ଉପରେ ଉଠିଲା ପ୍ରଶ୍ନ
- କ୍ରିକେଟ୍ର ନୂଆ ଫର୍ମାଟ୍: ଟେଷ୍ଟ ଟ୍ୱେଣ୍ଟି
- ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଶାନ୍ତି ବଜାୟ ରଖିବା ପାଇଁ ପିସ୍ ବଣ୍ଡ ସ୍ୱାକ୍ଷର

Comments are closed.