Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ୨ କରୋନା ସନ୍ଦିଗ୍ଧ ଚିହ୍ନଟ

ପାରାଦୀପ: ବିଶ୍ୱବ୍ୟାପୀ ମାରାତ୍ମକ ଭୂତାଣୁ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି । ଆଜି ପାରାଦୀପ ବନ୍ଦରରୁ ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଏହି ଦୁଇ ଜଣ ହେଉଛନ୍ତି ଦମ୍ପତି । ଉଭୟ ସ୍ୱାସୀ ଓ ସ୍ତ୍ରୀ ଭାରତୀୟ ବୋଲି ଜଣାପଡିଛି ।

ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସି ଲାଗିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେମାନଙ୍କ ଠାରେ କରୋନା ଭାଇରସର କିଛି ଲକ୍ଷଣ ଦେଖାଦେଇଛି । ସୂଚନା ମିଳିବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ସେଠାରେ ପହଂଚି ପରୀକ୍ଷା ନୀରିକ୍ଷା କରିଛନ୍ତି । ଏହି ଦମ୍ପତ୍ତିଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.