Latest Odisha News

BREAKING NEWS

ମହାମାରୀ କରୋନା: ବିଶ୍ୱରେ ୧୫ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୧୧ ହଜାର ୧୦୪ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮୮,୩୩୮ ଛୁଇଁଛି। ଏହାସହ ୩୨୮,୬୬୧ ଜଣ ଆକ୍ରାନ୍ତ ଭଲ ହୋଇଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ।

ଚୀନରୁ ଜନ୍ମ ନେଇଥିବା ଏହି ଭୂତାଣୁ ବର୍ତ୍ତମାନ ୨୦୪ଟି ଦେଶକୁ ବ୍ୟାପି ସାରିଛି। ମୋଟ କରୋନା ମାମଲା ମଧ୍ୟରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଭବେ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫୦୦୦ ଟପିଲାଣି ।

ଏହାର ଭୟବହତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ମହମାରୀ ରୂପେ ଘୋଷଣା କରିଥିଲେ।

Leave A Reply

Your email address will not be published.